ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଦିଆନବନ୍ଧ କଲୋନୀର ବାସିନ୍ଦା ରସାନନ୍ଦ ପତିଙ୍କ ପୁଅ ଶାନ୍ତନୁ କୁମାର ବାହିନିପତିଙ୍କର ରୋଲର ଧକ୍କାରେ ମୃତ ଘଟିଛି । ସୁଚନାନୁସାରେ ଶାନ୍ତନୁ କୁମାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଳେଶପଟ୍ଟାରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ କାଲି ସନ୍ଧ୍ୟା ସମୟରେ ନିକଟସ୍ଥ ମୁଣ୍ଡିଗଡ଼କୁ ଏକ କାମ ଯୋଗେ କିଛି ସହଯୋଗୀ ଶିକ୍ଷକଙ୍କ ସହ ଯାଉଥିଲେ । ଏହି ସମୟରେ ବିପରୀତ ଦୀଗରୁ ଏକ ରୋଲର ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା । ଗ୍ରାମବାସୀ ମାନେ ଓ ସହଯୋଗୀ ଶିକ୍ଷକ ମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଶିକ୍ଷକଙ୍କ ବାପା ଏନେଇ ତୁମୁଡିବନ୍ଧ ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୁଲିସ ଆଜି ଶବ ବ୍ୟବଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି । ତାଙ୍କ ମର ଶରୀରକୁ ପୁରୀର ସ୍ୱର୍ଗଦ୍ୱାରକୁ ନିଆଯାଇଛି ।






