Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଇଭଉଣୀଙ୍କୁ ଗୁଳି ଘଟଣା, ଧରାପଡ଼ିଲା ଅଭିଯୁକ୍ତ

by ସଞ୍ଜୟ ସ୍ୱାଇଁ
January 6, 2025
in Crime, State
ଭାଇଭଉଣୀଙ୍କୁ ଗୁଳି ଘଟଣା, ଧରାପଡ଼ିଲା ଅଭିଯୁକ୍ତ
76
VIEWS
Share on FacebookShare on Twitter

କିଶୋରନଗର, (ବାଘୁଆବାର୍ତ୍ତା): ଅନ୍ଧାର ରାତିରେ ଗର୍ଜିଲା ବନ୍ଧୁକ। ବାପା ଭାବି ଫୁଟାଇଲା ଗୁଳି। ହେଲେ ବାଜିଲା ପିଲାଙ୍କ ଦେହରେ। କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ କୁନି ପିଲାଙ୍କୁ ହୋଇଥିବା ଗୁଳିମାଡ଼ ଘଟଣା ପଛରେ ଏପରି କିଛି କାରଣ ଥିବା ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ସେହି ଗ୍ରାମର ପ୍ରଶାନ୍ତ ମିର୍ଦ୍ଧାକୁ ପୁଲିସ ଗିରଫ କରିଛି। ତେବେ ପୂର୍ବଶତ୍ରୁତାରୁ ଏହି ଗୁଳିମାଡ଼ କରିଥିବା ଅଭିଯୁକ୍ତ ପୁଲିସ ଆଗରେ କହିଛି। ଭାଙ୍ଗମୁଣ୍ଡା ଗାଁର ପ୍ରଫୁଲ୍ଲ ମିର୍ଦ୍ଧା ଓ ପ୍ରଶାନ୍ତ ମିର୍ଦ୍ଧାଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା। ୩/୪ବର୍ଷ ଉଭୟଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ପରେ ଏହି ତିକ୍ତତା ଉଗ୍ର ହୋଇଥିଲା। ଏହାର ସମାଧାନ ପାଇଁ ଅନେକ ଥର ଚେଷ୍ଟା ହୋଇ ବି ଫଳ ମିଳିନଥିଲା। ପ୍ରଶାନ୍ତର ରାଗ ଏପରି ମୁଣ୍ଡକୁ ଚଢ଼ିଥିଲା ଯେ, ପ୍ରଫୁଲ୍ଲଙ୍କୁ ସେ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଏଥିଲାଗି ସେ ୨/୪ ଥର ଉଦ୍ୟମ କରି ବିଫଳ ହୋଇଥିଲା। ତେବେ ସବୁଦିନ ରାତିରେ ପ୍ରଫୁଲ୍ଲ ଘର ବାରଣ୍ଡାରେ ପଡ଼ିଥିବା ଖଟରେ ସୁଅନ୍ତି। ତେଣୁ ରାତି ଅନ୍ଧାରରେ ଗୁଳି ଫୁଟାଇ ପ୍ରଶାନ୍ତ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ସୂଚନା ଅନୁସାରେ, ଭାଙ୍ଗମୁଣ୍ଡା ଗାଁର ପ୍ରଫୁଲ୍ଲ ମିର୍ଦ୍ଧା ଓ ପ୍ରଶାନ୍ତ ମିର୍ଦ୍ଧାଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା। ୩/୪ବର୍ଷ ଉଭୟଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ପରେ ଏହି ତିକ୍ତତା ଉଗ୍ର ହୋଇଥିଲା। ଏହାର ସମାଧାନ ପାଇଁ ଅନେକ ଥର ଚେଷ୍ଟା ହୋଇ ବି ଫଳ ମିଳିନଥିଲା। ପ୍ରଶାନ୍ତର ରାଗ ଏପରି ମୁଣ୍ଡକୁ ଚଢ଼ିଥିଲା ଯେ, ପ୍ରଫୁଲ୍ଲଙ୍କୁ ସେ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଏଥିଲାଗି ସେ ୨/୪ ଥର ଉଦ୍ୟମ କରି ବିଫଳ ହୋଇଥିଲା। ତେବେ ସବୁଦିନ ରାତିରେ ପ୍ରଫୁଲ୍ଲ ଘର ବାରଣ୍ଡାରେ ପଡ଼ିଥିବା ଖଟରେ ସୁଅନ୍ତି। ତେଣୁ ରାତି ଅନ୍ଧାରରେ ଗୁଳି ଫୁଟାଇ ପ୍ରଶାନ୍ତ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ପୂର୍ବ ଯୋଜନା ମୁତାବକ, ଗୁରୁବାର ରାତିରେ ପ୍ରଫୁଲ୍ଲଙ୍କୁ ହତ୍ୟା କରିବାକୁ ପ୍ରଶାନ୍ତ ଆସିଥିଲା। ଏଥିପାଇଁ ଆଗୁଆ ସେ ନିଶାଦ୍ରବ୍ୟ ଖାଇଥିଲା। ନିଶାରେ ଏକ ଦେଶୀ ବନ୍ଧୁକ ଆଣି ସେଥିରୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ହେଲେ ଗୁଳିମାଡ଼ ପରେ ଛୋଟ ପିଲାଙ୍କ ଚିତ୍କାର ଶୁଣି ତା ଅକଲ ଗୁଡୁମ୍‌ ହୋଇ ଯାଇଥିଲା। ପ୍ରଫୁଲ୍ଲଙ୍କ ବଦଳରେ ତାଙ୍କ ପିଲାଙ୍କ ଦେହରେ ଗୁଳି ବାଜିଥିବା ଜାଣି ପ୍ରଶାନ୍ତ ସେଠାରୁ ଫେରାର ହୋଇ ଯାଇଥିଲା। ରାତାରାତି ସେ ସମ୍ବଲପୁର ଆଡ଼େ ପଳାଇଥିଲା। ନାକଟିଦେଉଳ ଜଙ୍ଗଲରେ ଯାଇ ସେ ଲୁଚି ରହିଥିଲା। ମୋବାଇଲ୍‌ ଲୋକେସନ୍ ଓ ସିଡିଆର୍‌ ଯାଞ୍ଚ କରି ପୁଲିସ ତାର ସନ୍ଧାନ ପାଇଥିଲା। ଅଭିଯୁକ୍ତ ପ୍ରଶାନ୍ତ ଜଙ୍ଗଲରେ ଲୁଚି ରହିଥିଲା। ଏକ ଗଛମୂଳେ ସେ ଆଶ୍ରୟ ନେଉଥିଲା। ରାତି ସମୟରେ ଗଛ‌ ଉପରେ ଚଢ଼ି ଶୋଇ ଯାଉଥିଲା। ସକାଳ ହେଲେ ତଳକୁ ଆସୁଥିଲା। ଗତକାଲି ବିଳମ୍ବିତ ରାତିରେ ନାକଟିଦେଉଳ ଜଙ୍ଗଲରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଥିଲା। ସେ ଗଛରେ ଶୋଇଥିଲାବେଳେ ପୁଲିସ କର୍ମଚାରୀ ଗଛରେ ଚଢ଼ି ତାକୁ ଧରିଥିଲେ। ଉକ୍ତ ସମୟରେ ସେ ଖସି ଦୌଡ଼ିବାକୁ ଚେଷ୍ଟା କରିଥିଲାବେଳେ ପୁଲିସ କର୍ମଚାରୀ ତାକୁ ମାଡ଼ି ବସିଥିଲେ। ପରେ ତାକୁ ଉଠାଇ ଆଣି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚାଲିଛି। ନିଶାରେ ଗୁଳି ଫୁଟାଇଥିବା ସେ ପୁଲିସ ଆଗରେ ମାନିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!