ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଶ୍ରୀମନ୍ଦିରର ବାଇଲ ପତ୍ୟାହାର ହେବା ପରେ ସେବାୟତମାନଙ୍କ ମନରେ ଦେଖାଇ ଦେଇଛି ଉତ୍ସାହ ଓ ଉଦ୍ଦୀପନା । କଳା ଚିଠା ଅଧିନିୟମକୁ ଯେଉଁ ଭଳି ରାଜ୍ୟ ସରକାର ପତ୍ୟାହାର କରିଛନ୍ତି, ତେଣୁ ତା’ଙ୍କୁ ଶ୍ରୀମନ୍ଦିରର ସେବାୟତମାନେ କୃତଜ୍ଞତା ଜଣାଇଛନ୍ତି । ସୂଚନାନୁସାରେ, ଜାନୁଆରୀ ୧୮ରେ ଏନଏମଏ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଏଏସଆଇ ଦ୍ୱାରା ସଂରକ୍ଷିତ ଅନ୍ୟ କେତେକ ମନ୍ଦିର ବାବଦରେ ନୋଟିସ କରାଯାଇଥିଲା । ଦୁଇଦିନ ତଳେ ଏ ସଂପର୍କରେ ଜଣାପଡିବା ପରେ ଶ୍ରୀମନ୍ଦିର ସେବାୟତ, ଭକ୍ତ ଓ ସାଧାରଣ ଲୋକଙ୍କ ଜନଅସନ୍ତୋଷ ଦେଖା ଦେଇଥିଲା । ଯଦି ଏହି ବାଇଲ ଲାଗୁ ହୋଇଥାନ୍ତା ତେବେ ସେବାୟତ ପରିବାର କ୍ଷତିଗ୍ରସ୍ତ ହୋଇଥାନ୍ତେ ଓ ଜୀବନ ଜୀବିକା ଉପରେ କଳାବାଦଲ ଘେରିଯାଇଥାନ୍ତା । ଏହି ବାଇଲ କେବଳ ଶ୍ରୀମନ୍ଦିର ୩ ଶହ ମିଟର ପରିଧି ମଧ୍ୟରେ ରହିଥିଲା । ତେବେ ଏଭଳି ବାଇଲକୁ ସମସ୍ତ ରାଜନୈତିକ ଦଳ ବିରୋଧ କରିଥିଲେ । ଏହାପରେ ବିଜେଡ଼ି ସାଂସଦମାନେ ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇଲ ପ୍ରତ୍ୟାହାର ଦାବି କରିବା ପରେ ଏନଏମଏ ପ୍ରତ୍ୟାହାର କରିଥିଲେ ।





