ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୃଷି ଆଇନକୁ କେନ୍ଦ୍ର ସରକାର ପତ୍ୟାହାର କରିବା ଦାବିରେ ଆଜି ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଏନଡି ଟିଭି ଭୁଲରେ ତାଙ୍କର ମତକୁ ବିଜେଡି ମତ ବୋଲି ଅଭିହିତ କରି କୃଷି ଆଇନ ପ୍ରତ୍ୟାହାର କରିବା ପ୍ରସଙ୍ଗ ଉଠାଇଛି । ସ୍ୱାମୀନାଥନ୍ କମିଟି ଯାହା ସୁପାରିଶ କରିଛି, ତାହା ଅନୁସାରେ କାର୍ଯ୍ୟ ହେବା ଦରକାର ବୋଲି ସେ ଦାବି କରିଛନ୍ତି । ଏହା ଦ୍ୱାରା କୃଷକମାନେ ଅଧିକ ଲାଭବାନ ହେବେ ବୋଲି ଶ୍ରୀଯୁକ୍ତ ମିଶ୍ର, ଟ୍ୟୁଟର ପେଜ୍ରେ ପ୍ରତିକ୍ରିୟା ରଖିଛନ୍ତି ।





