ନୟାଗଡ଼, (ବାଘୁଆବାର୍ତ୍ତା): ୩ ଜଣ ଯୁବକ ଏକ ମୋଟର ସାଇକେଲ ଯୋଗେ ଚାନ୍ଦପୁର ଅଭିମୁଖେ ଆସୁଥିବା ବେଳେ ଚାନ୍ଦପୁର ବାଇପାସ ନିକଟରେ ଭାରସାମ୍ୟ ହରାଇ ସାଇଟ ୱାଲ କୁ ଧକା ଦେଇଥିଲେ । ଘଟଣା ସ୍ଥଳରେ କୁହୁଡି ର ଦୁଇ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧନୟାଗଡ଼ ଗ୍ରାମର ପପୁ ଜେନା ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ଚାନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଥିଲେ । ୩ ଜଣ ଯୁବକ ହେଲେ କୁହୁଡି ଦଳବେହେରା ସାହିର ସ୍ୱାଧୀନ ଜେନା (ବୟସ ୨୭), ପବିତ୍ର ଦଳେଇ (ବୟସ -୨୫) ଓ ପପୁ ଜେନା (ବୟସ-୨୪) କନ୍ଧନୟାଗଡ଼ ଗ୍ରାମର ହୋଇଥିବା ଜଣା ପଡିଛି ।





