ନୟାଗଡ଼, (ବାଘୁଆବାର୍ତ୍ତା): ଆଯି ନବ ନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ସଭାପତି ରଞ୍ଜିତ ଦଳବେହେରା ଜିଲ୍ଲା ସଂଯୋଜକ ପ୍ରସନ୍ନ ପ୍ରଧାନଙ୍କ ନେତୃତ୍ୱରେ ଅଦିନିଆ ବର୍ଷାରେ ଧାନ ପରିବା ଯାତିୟ ଫସଲର କ୍ଷୟ କ୍ଷତିର କ୍ଷତି ପୂରଣ ପାଇଁ ଓ ଋଣ ସମ୍ପୂର୍ଣ ଛାଡ ସହ ଚାଷୀ ପେନସନ ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆ ଯାଇଛି । ଜିଲ୍ଲାପାଳ ଅନୁପସ୍ଥିତ ଥିବା ହେତୁ ଅତିରିକ୍ତ ଜିଲ୍ଲାପାଳ ରୋଜାନି ଦାସଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର କାର୍ୟ୍ୟକ୍ରମରେ ରଣପୁର ବ୍ଲକ୍ ସଂଯୋଜକ ଅଜୟ କୁମାର ମହାନ୍ତି, ଶିଶିର କୁମାର ଭଞ୍ଜ, ଭାଗବତ ପରିଡ଼ା, ସୁକାନ୍ତ ସାହୁ, ପାଣୁ ନାୟକ, ପ୍ରମୋଦ କୁମାର ପ୍ରଧାନ, ନରୋତ୍ତମ ଡାକୁଆ, ବିଶ୍ଵନାଥ ପାତ୍ର, ଜଗନ୍ନାଥ ବରାଡ, ପ୍ରକାଶ ମହାପାତ୍ର, ନରସିଂହ ପ୍ରଧାନ, ପ୍ରକାଶ ମହାପାତ୍ର, ପଞ୍ଚାନନ ମୁଦୁଲି, ରବୀନ୍ଦ୍ର ବରାଡ, ବିକ୍ରମ ଲେଙ୍କା, ମଦନ ପରିଡା ପ୍ରମୁଖ ସାମିଲ ହୋଇଥିଲେ ।





