Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀରାମଙ୍କୁ ଦର୍ଶନ କଲେ ଦୁଇଲକ୍ଷ ଶ୍ରଦ୍ଧାଳୁ

by ସଞ୍ଜୟ ସ୍ୱାଇଁ
January 1, 2025
in Nayagarh, State
ଶ୍ରୀରାମଙ୍କୁ ଦର୍ଶନ କଲେ ଦୁଇଲକ୍ଷ ଶ୍ରଦ୍ଧାଳୁ
109
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୂଆବର୍ଷରେ ସାରା ଭାରତର ତୀର୍ଥ ଓ ଧାର୍ମିକ ସ୍ଥଳିରେ ଭିଡ ପରିଲକ୍ଷିତ ହୋଇଛି। ବିଶେଷ କରି ଓଡ଼ିଶାର ଜଗନ୍ନାଥ ଧାମ ପୁରୀ ଓ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିର ସାରା ଓଡ଼ିଶାର ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଫତେଗଡ ଶ୍ରୀରାମ ମନ୍ଦିରରେ ନୂଆବର୍ଷରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ବୁଧବାର ଦିନ ଦୁଇ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା।ନୂଆବର୍ଷ ଦିନ ଭୋର ସମୟରୁ ଶ୍ରୀରାମ ମନ୍ଦିରରେ ଭକ୍ତଙ୍କ ଭିଡ ଆରମ୍ଭ ହୋଇଥିଲା। ଭିଡ ଆସ୍ତେ ଆସ୍ତେ ବଢିବାରୁ ମନ୍ଦିର କର୍ତ୍ତୃପକ୍ଷ ଦିନ ୯ ଟା ସମୟରୁ ପାହାଡ ଉପରକୁ ସମସ୍ତ ଯାନବାହନ ଯିବା ବନ୍ଦ କରିଦେଇଥିଲେ। ଶ୍ରଦ୍ଧାଳୁ ମାନେ ପରିବାର ସହ ଚାଲି ଚାଲି ପାହାଡ ଚଢି ପ୍ରଭୁଙ୍କ ଦର୍ଶନ କରିଥିଲେ। ମଧ୍ୟାହ୍ନ ସମୟରେ ଭିଡ ଏପରି ହୋଇଥିଲା ଯେ ଫତେଗଡ ମୁଖ୍ୟ ରାସ୍ତାରେ ଦୁଇ କିଲୋମିଟର ଧରି ଟ୍ରାଫିକ ଜାମ ହୋଇ ରହିଥିଲା। ଫତେଗଡ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କରିବା ଯୋଗୁଁ ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ମର୍ଜ୍ୟଦାପୁରୁଷଙ୍କ ଦର୍ଶନ କରି ଫେରିଥିଲେ। ଜିଲ୍ଲା ବାହାରୁ ଆସିଥିବା ହଜାର ହଜାର ଭକ୍ତମାନେ ପାହାଡ ପାଦଦେଶରେ ବଣଭୋଜି କରୁଥିବାର ଦେଖିବାକୁ ମିଳିଛି। ମାତ୍ର ବଣଭୋଜି ପାଇଁ ପାନୀୟ ଜଳ ଠିକସେ ମିଳୁନଥିବାରୁ ଲୋକମାନେ ହଇରାଣ ହୋଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!