ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକଙ୍କୁ ଆଜି ଓଡ଼ିଆ ବିଭାଗ ଅଧ୍ୟାପକ ବାନାମ୍ବର ପୃଷ୍ଟି ମାଡ଼ ମାରିଥିବା ସୂଚନା ମିଳିଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ମହାବିଦ୍ୟାଳୟ ପରିସରରେ କୈାଣସି କାର୍ଯ୍ୟ ଶେଷ କରି ଚାମ୍ବରକୁ ଫେରୁଥିବା ସମୟରେ ଅଧ୍ୟାପକ ଶ୍ରୀଯୁକ୍ତ ପୃଷ୍ଟି ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ଏକ ଚାପୁଡ଼ା ମାରିଥିଲେ । ଏହା ଦେଖି ଅନ୍ୟ କର୍ମଚାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଶୀଯୁକ୍ତ ପୃଷ୍ଟି ପୁଣି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ନୟାଗଡ଼ ଟାଉନଥାନାରେ ଅଧ୍ୟକ୍ଷ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ପୁଲିସ ଏତଲା ଅଧାରରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।





