Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍‌ ପଞ୍ଝାରେ ଅନ୍ତର୍ଜାତୀୟ ସାଇବର ଠକ

by ସଞ୍ଜୟ ସ୍ୱାଇଁ
December 29, 2024
in Crime, State
ପୁଲିସ୍‌ ପଞ୍ଝାରେ ଅନ୍ତର୍ଜାତୀୟ ସାଇବର ଠକ
62
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଜମା ଟଙ୍କା ଡ଼ବଲ କରିବାକୁ ପ୍ରଲୋଭିତ କରି ମିଥ୍ୟା ଟ୍ରେଡିଂ ଆପ୍‌ ଜରିଆରେ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡକୁ ରାଉରକେଲା ସାଇବର ଥାନା ପୁଲିସ୍‌ ଉତ୍ତରପ୍ରଦେଶରୁ ଗିରଫ କରିଛି । ସେ ହେଲେ ଗୋରଖପୁରର ଦେବେନ୍ଦ୍ର କୁମାର ମୌର୍ଯ୍ୟା (୨୭) । ତା’ ଠାରୁ ବିଦେଶୀ ଟଙ୍କା, ୧୦ ମୋବାଇଲ୍‌, ୮ ପେନ୍‌ଡ୍ରାଇଭ, ୧୪ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ, ନଗଦ ୨୨ ହଜାର ଟଙ୍କା, ୧୪ ପାସ୍‌ବୁକ ଓ ଚେକ୍‌ ବୁକ୍‌, ପାସ୍‌ପୋର୍ଟ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍‌ କାର୍ଡ, ୱାଇଫାଇ ରାଉଟର, ୮ଟି ବିଦେଶୀ ସିମ୍‌କାର୍ଡ ଜବତ କରାଯାଇଛି । କାମ୍ବୋଡିଆରୁ ଅପରାଧିକ ନେଟ୍‌ୱର୍କ ଅପରେଟ୍‌ କରୁଥିଲା ଦେବେନ୍ଦ୍ର । ସେ ଗଢ଼ିଥିବା ସାଇବର ଠକ ଗୋଷ୍ଠୀ ଦେଶର ଅଧା ରାଜ୍ୟରେ ଜାଲ ବିଛାଇଛନ୍ତି । ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି । ଏହି ଗ୍ୟାଙ୍ଗ୍‌ ନାମରେ ବିଭିନ୍ନ ଥାନାରେ ୫୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଦେବେନ୍ଦ୍ରକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି । ରାଉରକେଲା ଜିଲ୍ଲା ପୁଲିସ୍‌ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଶ୍ରୀ ରାୟ ଓ ଏସ୍‌ପି ନିତେଶ ୱାଧୱାନୀ ଏ ସମ୍ପର୍କରେ ସବିଶେଷ ସୂଚନା ଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ମିଥ୍ୟା ଟ୍ରେଡିଂ ଆପ୍‌ରେ ଫସାଇ ସାଇବର ଠକ ୬୭ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିଲେ । ଏ ନେଇ ସମ୍ପୃକ୍ତ ଅଧିକାରୀ ୨୦୨୩ ଡିସେମ୍ବର ୩୦ରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ଏହା ପଛରେ ଏକ ର୍ୟା କେଟ୍‌ କାମ କରୁଛି । ର୍ୟା କେଟ୍‌ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ସକ୍ରିୟ ରହିଛି । ଓଡ଼ିଶା, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ତେଲଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ସମେତ ଦେଶର ଅଧାରୁ ଅଧିକ ରାଜ୍ୟରେ ସେମାନେ ନେଟ୍‌ୱାର୍କ ବିଛାଇଛନ୍ତି । ଚଳିତ ବର୍ଷ ଭିନ୍ନ ଭିନ୍ନ ଘଟଣାରେ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୧୪ ସାଇବର ଠକ ବନ୍ଧା ହୋଇଥିଲେ । ଏମାନଙ୍କ ମଧ୍ୟରୁ କେତେଜଣ ଅନ୍ତର୍ଜାତୀୟ ସାଇବର ଠକେଇ ଗ୍ୟାଙ୍ଗ୍‌ ଲିଙ୍କ୍‌ରେ ଥିବା ଜଣାପଡ଼ିଥିଲା । ଖୋଳତାଡ଼ ବେଳେ ଏହାର ମାଷ୍ଟରମାଇଣ୍ଡ୍‌ ଦେବେନ୍ଦ୍ର କାମ୍ବୋଡିଆରେ ଥିବା ଜଣାପଡ଼ିଥିଲା । ଏ ନେଇ ପୁଲିସ୍‌ ରାଜ୍ୟ କ୍ରାଇମବ୍ରାଞ୍ଚ୍‌ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିଲା । ରାଉରକେଲା ଏସ୍‌ପି ନିତେଶ ୱାଧୱାନୀଙ୍କ ନିର୍ଦ୍ଦେଶକ୍ରମେ ପାନପୋଷ ଏସ୍‌ଡିପିଓ ଉପାସନା ପାଢ଼ୀ, ଇନ୍ସପେକ୍ଟର ପଦ୍ମାବତୀ ମିର୍ଦ୍ଧା, ଏସ୍‌ଆଇ ସମ୍ପଦ ମହାନ୍ତି, ବିକାଶ କଲିତଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଢ଼ା ଯାଇଥିଲା । ଦେବେନ୍ଦ୍ର କିଛିଦିନ ତଳେ କାମ୍ବୋଡ଼ିଆରୁ ଉତ୍ତରପ୍ରଦେଶ ଆସିଥିଲା । ଏହା ଜାଣିବା ପରେ ଉତ୍ତରପ୍ରଦେଶ ପୁଲିସ୍‌ ସହାୟତାରେ ରାଉରକେଲା ପୁଲିସ୍‌ ଟିମ୍‌ ତାକୁ ଗିରଫ କରିଛି । ର୍ୟାାକେଟ୍‌ରେ ସମ୍ପୃକ୍ତ ଅନ୍ୟ ୧୫ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ଲାଗି ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!