Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡିର ଦାବି : ଯୁଦ୍ଧକାଳୀନ ଭିତ୍ତିରେ ଧାନ ଓ ଅନ୍ୟାନ୍ୟ ଫସଲର କ୍ଷୟକ୍ଷତିର ଆକଳନ ହୋଇ କ୍ଷତିପୂରଣ ପ୍ରଦାନ କରାଯାଉ

by ସଞ୍ଜୟ ସ୍ୱାଇଁ
December 28, 2024
in Nayagarh, State
ବିଜେଡିର ଦାବି : ଯୁଦ୍ଧକାଳୀନ ଭିତ୍ତିରେ ଧାନ ଓ ଅନ୍ୟାନ୍ୟ ଫସଲର କ୍ଷୟକ୍ଷତିର ଆକଳନ ହୋଇ କ୍ଷତିପୂରଣ ପ୍ରଦାନ କରାଯାଉ
76
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲହାନି ଘଟିବା ଫଳରେ ରାଜ୍ୟରେ ଗତ ଚାରି ଦିନରେ ପାଞ୍ଚ ଜଣ କୃଷକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ରାଜ୍ୟରେ କୃଷକ ମାନଙ୍କ ସମସ୍ୟା ଗମ୍ଭୀର ହୋଇଥିବା ବେଳେ ରାଜ୍ୟ ସରକାର କୃଷକଙ୍କ ସମସ୍ୟା ପ୍ରତି ଉଦାସୀନ ରହିଛନ୍ତି ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି। ଡଃ ମହାନ୍ତି କହିଛନ୍ତି, ରାଜ୍ୟରେ ଧାନ ବିକ୍ରି କ୍ଷେତ୍ରରେ ମଣ୍ଡିରେ ବିଭିନ୍ନ ଅବ୍ୟବସ୍ଥା ଓ ଗ୍ରେନ ଆନାଲାଇଜର ମାଧ୍ୟମରେ କଟନୀ ଛଟନୀ ଚାଲୁ ରହିଛି। ଏହି ଅବ୍ୟବସ୍ଥା ଯୋଗୁଁ କୃଷକ ମାନେ ସମସ୍ୟାରେ ଥିଲାବେଳେ ରାଜ୍ୟରେ ଲଗାଣ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି, ଯାହା ରାଜ୍ୟର କୃଷକ ମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ବ୍ୟାପକ କ୍ଷତି ସହି ନପାରି ଗତ ଚାରି ଦିନରେ ପାଞ୍ଚ ଜଣ ଚାଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଏଭଳି ଘଟଣା ଓଡିଶା ଇତିହାସରେ ବିରଳ ଘଟଣା ହୋଇଥିଲା ବେଳେ ରାଜ୍ୟ ସରକାର କୃଷକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। କୃଷକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ, କେବଳ କିଛି ମନ୍ତବ୍ୟରେ ସୀମିତ ରହିଛି। ଚାଷୀ ମାନଙ୍କ ହୋଇଥିବା କ୍ଷୟକ୍ଷତିର ଯୁଦ୍ଧକାଳୀନ ଭିତ୍ତିରେ ଆକଳନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଡଃ ମହାନ୍ତି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!