ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସକାଳୁ ଜଣେ ବୟସ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି l ମୃତ ବୟସ୍କ ବ୍ୟକ୍ତି ଜଣଙ୍କ ହେଲେ ସାଲୁଣୀ ଗାଁର ଦାଶରଥି ପ୍ରଧାନ l ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକ ଇଟାମାଟି ଥାନା ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ ଅଧୀନରେ ଥିବା ସାଲୁଣୀ ଗ୍ରାମର ବୟସ୍କ ବ୍ୟକ୍ତି ଦାଶରଥି ପ୍ରଧାନ ଆଜି ବଡ଼ି ଭୋରୁ ଗାଁ ବଡ଼ ପୋଖରୀକୁ ଗାଧେଇ ଯାଇଥିଲେ l କିନ୍ତୁ ସକାଳୁ ଦେଖିବା ପରେ ତାଙ୍କ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା l ତେବେ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଦାଶରଥି ଜଣେ ମିଷ୍ଟଭାଷୀ ଓ ଭଗବତ ପ୍ରେମୀ ଥିଲେ l ତାଙ୍କ ମୃତ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଗାଁ ସ୍ମଶାନରେ ଶବଦାହ କରାଯାଉଥିବା ବେଳେ ପାଖରେ ତିନି ପୁଅ ବୋହୂ, ନାତି ନାତୁଣୀ ଉପସ୍ଥିତ ଥିଲେ l





