ମୁମ୍ବାଇ,(ବାଘୁଆବାର୍ତ୍ତା) : ବିବାହ ପ୍ରସ୍ତାବରେ ରାଜି ନହେବାରୁ ମହିଳାଙ୍କୁ ପୋଡ଼ି ହତ୍ୟା କରିବାର ଯୋଜନା କରିଥିଲା ଯୁବକ। ହେଲେ ଶେଷରେ ହରାଇଲା ନିଜ ଜୀବନ। ମହିଳାଜଣଙ୍କ ନିଆଁରେ ପୋଡ଼ି ହେଉଥିବା ସମୟରେ ଯୁବକଙ୍କୁ ଧରି ପକାଇବାରୁ ଲଗାଇଥିବା ନିଆଁରେ ନିଜେ ଜଳିଥିଲା ଯୁବକ। ଘଟଣା ପରେ ପୋଡ଼ି ହୋଇ ଯୁବକର ମୃତ୍ୟୁ ହେବା ସହ ମହିଳା ଏବେ ଜୀବନ-ମୃତ୍ୟ ସହ ଲଢ଼େଇ କରୁଛନ୍ତି। ଯୁବକଙ୍କ ନାଁ ବିଜୟ ଖାମ୍ବେ ବୋଲି ଚିହ୍ନଟ କରାଯାଇଥିବା ବେଳେ ମହିଳାଜଣକ ବିବାହ କରିବାକୁ ମନା କରିବା ପରେ ସେ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲା ବୋଲି ଜଣାପଡ଼ିଛି। ଘଟଣା ପରେ ମହିଳାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ ମୃତ ବିଜୟ ବିରୋଧରେ ଏତଲା ରୁଜୁ କରିଛି।





