ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଉତ୍ତରାଖଣ୍ଡରେ ବଡ଼ ଧରଣର ହିମସ୍ଖଳନ । ହିମସ୍ଖଳନ ହେବା ପଳରେ ବରଫ ଅତଡା ଖସି ଶତାଧିକ ଲୋକ ନିଖୋଜ ଥିବା ବେଳେ ବ ର୍ମାନ ସୁଦ୍ଧା ଘଟଣାସ୍ଥଳରୁ ୧୦ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାନୁସାରେ, ଉ ରାଖଣ୍ଡର ଚମୋଲୀ ଜିଲ୍ଲାରେ ଅଚାନକ୍ ହିମସ୍ଖଳନ ଘଟିଛି । ଯେଉଁଥିରେ କି ଶତାଧରକ ଲୋକ ନିଖୋଜ ଥିବା ବେଳେ ବ ର୍ମାନ ସୁଦ୍ଧା ଘଟଣାସ୍ଥଳରୁ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଥିବା ନେଇ ଆଟିବିପିର ଡିଜି କହିଛନ୍ତି । ବରଫ ଅତଡା ଖସିବାରୁ ତପୋବନ ଟନେଲ୍ ବ୍ଲକ୍ ହୋଇଯାଇଥିଲା, ଯେଉଁଥିରେ ପାଖାପାଖି ୧୫ହଜାର ଶ୍ରମିକ କାମ କରି ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କାର୍ଯ୍ୟଜାରି ରହିଥିବା ବେଳେ ଚମୋଲି ପୁଲିସ୍ କହିଛନ୍ତି ଯେ, ପାଣିର ସୁଅ କର୍ଣ୍ଣପ୍ରୟାଗରେ ପହ ôଛି । ଜରୁରୀ ପ୍ରଭାବିତ ସ୍ଥାନରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଏବଂ ଏହି ବଡ଼ ଧରଣର ହିମସ୍ଖଳନ ଦୁର୍ଘଟଣାରେ ୧୫୦ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରିଛନ୍ତି ଉ ରାଖଣ୍ଡର ମୁଖ୍ୟ ସଚିବ ।





