ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓ ଶରଣକୁଳ ଥାନା ପୁଲିସ ଗତକାଲି ରାତିରେ ଭଞ୍ଜନଗର ଅଞ୍ଚଳରୁ ଗଞ୍ଜେଇ ଆସୁଥିବା ଖବରପାଇ ଚଢ଼ାଉ କରିଥିଲେ। ପୁଲିସ ଚଢ଼ାଉ ସମୟରେ ଦୁଇଟି କାର ଓ ୬ ଜଣ ଯୁବକଙ୍କୁ ଧରିଛି। ଗାଡ଼ି ଓ ଯୁବକଙ୍କୁ ଶରଣକୁଳ ଥାନାରେ ଅଟକ ରଖାଯାଇଛି। ଯୁବକମାନେ ନୟାଗଡ଼ ସଦରଥାନା ବାଲୁଗାଁ ଅଞ୍ଚଳର ବୋଲି ସୂଚନା ମିଳିଛି। ଶରଣକୁଳ ଏଡିପିଓ ଥାନାରେ ପହଞ୍ଚି ଘଟଣାର ଛାନଭିନ୍ କରୁଛନ୍ତି। ଜବତ ଗଞ୍ଜେଇ ପରିମାଣ କେତେ ହେବ ତାହାର ଆକଳନ ପୁଲିସ କରୁଥିବା ବେଳେ ଏହି ଗଞ୍ଜେଇ କାରବାରରେ ଜଣେ ବିଜେପି ନେତାଙ୍କ ସଂପୃକ୍ତି ରହିଥିବା ସୂଚନା ମିଳିଛି।





