ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଇତିହାସ ବିଭାଗ ଆନୁକୁଲ୍ୟରେ “ଜଗତୀ କରଣ ଯୁଗରେ, ଭାରତୀୟ ସାମାଜ ଓ ସଂସ୍କୃତି କୁ ଆହ୍ୱାନ” ତଥା ସୁରକ୍ଷା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଅଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ସକିଲା ଜମାଲ ପ୍ରଦୀପ ପ୍ରଜ୍ୱଳନ କରି ଆଲୋଚନା ଚକ୍ରକୁ ଉଦ୍ଘାଟନ କରିଥିଲେ । ବିଭାଗୀୟ ମୁଖ୍ୟ ବାସନ୍ତୀ ଲତା ଦାସ, ସ୍ୱାଗତ ସହିତ ଆଲୋଚନା ଚକ୍ରର ଆଭିମୁଖ୍ୟ ପ୍ରଦାନ କରିଥିଲେ ।

ମୁଖ୍ୟ ବକ୍ତା ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ, ବିଷୟବସ୍ତୁ ଉପରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ । ଅଧ୍ୟାପିକା କସ୍ତୁରି ସାହୁ ସଂଦର୍ଭ ସଂଯୋଜନା କରିବା ସହିତ ଆଲୋଚନା ଚକ୍ରର ଉପାଦେୟତା ବୁଝାଇଥିଲେ । ଛାତ୍ରୀ ସଂଙ୍ଗୀତା କହଁର, ରୋଜାଲିନ ମହାନ୍ତି, ସୁହାସିନୀ ବେହେରା, ତପସ୍ୱୀନି ନାୟକ ଏବଂ ସୁଷମା ନାୟକ ନିଜ ନିୀଜର ସଂଦର୍ଭ ପାଠ କରିବା ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ତଥ୍ୟ ବ୍ୟାଖ୍ୟା କରାଯାଇଥିଲା । ଅଧ୍ୟାପିକା ଶିବପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।







