ନୟାଗଡ଼, (ବାଘୁଆବାର୍ତ୍ତା): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ୩ୟ ଶ୍ରେଣୀ ସରକାରୀ ମେଧାବୃତି ପରୀକ୍ଷା-୨୦୨୩-୨୪ର ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର , ମାଳିସାହି ୩ୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ଛାତ୍ର ଅନୁରାଗ ପଣ୍ଡା ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗର୍ବ ଓ ଗୈାରବ ଅର୍ଜନ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ମନୋରଂଜନ ପଣ୍ଡା କଠିନ ପରିଶ୍ରମକରି ସଫଳତା ଲାଭ କରିଥିବା ଶିଶୁଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସଂପୃକ୍ତ ଅଭିଭାବକ ଓ ଗୁରୁଜୀ ଗୁରମା ମାନଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ସାଧୁବାଦ ଜଣାଇଛନ୍ତି ।






