Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୨୪ ନିର୍ବାଚନରେ ହୋଇଛି ବ୍ୟାପକ ଗଡ଼ବଡ଼, ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ସାଂସଦ

by ସଞ୍ଜୟ ସ୍ୱାଇଁ
December 23, 2024
in NATIONAL NEWS
୨୦୨୪ ନିର୍ବାଚନରେ ହୋଇଛି ବ୍ୟାପକ ଗଡ଼ବଡ଼, ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ସାଂସଦ
183
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚବିଶ ନିର୍ବାଚନରେ ହୋଇଛି ବଡ଼ ଗଡ଼ବଡ଼ । ଏମିତି ଏକ ସାଂଘାତିକ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ପାଖାପାଖି ୫୦ ନିର୍ବାଚନମଣ୍ଡଳିରେ ଭୋଟ ଦାନ ସଂଖ୍ଯାରେ ବିଶାଳ ତାରତମ୍ୟ ଦେଖିବାକୁ ମିଳିଛି । ୨୦୨୪ ଓଡିଶାରେ ନିର୍ବାଚନ ବେଳେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଭୋଟଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସୃଷ୍ଟି କରିଛି ସନ୍ଦେହ । ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତାଲିକା ମଧ୍ୟରେ ରହିଛି ବଡ ତାରତମ୍ୟ । ଭୋଟଦାନ କେନ୍ଦ୍ରରେ ଭୋଟର କେତେ ଭୋଟ ଦେଲେ ତାର ହିସାବ ଫର୍ମ- ୧୭ରେ ପ୍ରିଜାଇଡିଂ ଅଫିସର ଦେଇଥାନ୍ତି । ନିର୍ବାଚନମଣ୍ଡଳିର ପ୍ରିଜାଇଡିଂ ଅଫିସରଙ୍କ ରିପୋର୍ଟ ଆଧାରରେ ରିଟର୍ଣ୍ଣିଂ ଅଫିସର ଫର୍ମ-୨୦ରେ ମୋଟ ଭୋଟ ଦାନର ହିସାବ ଦେଇଥାନ୍ତି । ଏହାଛଡା, ଓଡିଶାର ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସର ଦେଇଥିବା ହିସାବ ମଧ୍ୟରେ ତାଳମେଳ ନାହିଁ । ଇଭିଏମରେ ଭୋଟିଂ ହୋଇଥିବାରୁ ଗୋଟିଏ ବି ଭୋଟ ତାରତମ୍ୟ ହେବା କଥା ନୁହେଁ । ଗୋଟିଏ ଭୋଟ ବି ତାରତମ୍ୟ ଅର୍ଥାତ କେଉଁଠି ନା କେଉଁଠି ହୋଇଛି ଗଡବଡ । କେତେକ ନିର୍ବାଚନ ମଣ୍ଡଳୀରେ ୩୦ପ୍ରତିଶତରୁ ଅଧିକ ଭୋଟ ତାରତମ୍ୟ ରହିଥିବା ଦେଖିବାକୁ ମିଳିଛି । ଏଭଳି ତାରତମ୍ୟ ଅର୍ଥ ଏକ ବଡଧରଣର ଜାଲିଆତି ହୋଇଥିବା ସନ୍ଦେହ ସୃଷ୍ଟି କରିଛି । ଏନେଇ ବିଜେଡିର ସାଂସଦମାନେ ନିର୍ବାଚନ କମିଶନଙ୍କୁ ଭେଟି ସ୍ପଷ୍ଟିକରଣ ମାଗିଛନ୍ତି । ନିର୍ବାଚନରେ ବ୍ୟାପକ ଗଡବଡ ଓ ଅନିୟମିତତା ହୋଇଥିବା ଅଭିଯୋଗ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଉଠାଇଥିଲେ । ଭୋଟ ହୋଇଥିବା କିଛି ବୁଥର ଏହି ଭୋଟ ତାରତମ୍ୟକୁ ଉଦାହରଣ ଭାବେ ନେଲେ ବୁଝିହେବ କେମିତି ହୋଇଛି ଗଡବଡ । ଫୁଲବାଣୀ ବିଧାନସଭା ଆସନ – ବୁଥ ନମ୍ବର-୫୭ରେ ଫର୍ମ ୧୭(ସି) ଓ ଫର୍ମ ୨୦ ଭିତରେ ଭୋଟ ତାରତମ୍ୟ ହେଉଛି ୬୮୨ ଖଣ୍ଡ ଭୋଟ । ସେହିପରି ତଳସରା ବିଧାନସଭା ଆସନ – ବୁଥ ନମ୍ବର-୧୬୫ ଓ ୨୧୯ରେ ହୋଇଥିବା ମତଦାନରେ ରହିଛି ବ୍ୟବଧାନ । ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୬୬୦ ଓ ୭୮୪ ଖଣ୍ଡ ଭୋଟ । ଠିକ୍ ସେହିପରି ଏକାମ୍ର ଭୁବନେଶ୍ବର ବିଧାନସଭା ଆସନ – ବୁଥ ନମ୍ବର-୦୩ରେ, ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୪୨ ଖଣ୍ଡ ଭୋଟ । ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳିର ବୁଥ ନମ୍ବର-୨୦୦ ରେ ଫର୍ମ- ୧୭ (ସି) ଓ ଫର୍ମ- ୨୦ ମଧ୍ୟରେ ତାରତମ୍ୟ ହେଉଛି ୩ଖଣ୍ଡ ଭୋଟ । ସେହିପରି ସମ୍ବଲପୁର ବିଧାନସଭା ଆସନ – ବୁଥ ନମ୍ବର-୧୭ରେ ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୨ଖଣ୍ଡ ଭୋଟ । ବାଲେଶ୍ବର ବିଧାନସଭା ଆସନ – ବୁଥ ନମ୍ବର-୩୮ରେ ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ଖଣ୍ଡିଏ ଭୋଟ । ଭୋଟ ଦିନର ମତଦାନ ହାର ସୂଚନା ଓ ପରବର୍ତ୍ତୀ ଅପଡେଟ ମଧ୍ୟରେ ପାର୍ଥକ୍ୟ ଅତିବେଶୀରେ ୦.୫ ପ୍ରତିଶତରୁ ୧.୫ ପ୍ରତିଶତ ମଧ୍ୟରେ ରହିବା କଥା । ଅତୀତରେ ଅର୍ଥାତ ୨୦୦୪, ୨୦୦୯, ୨୦୧୪, ୨୦୧୯ରେ ଏହି ତାରତମ୍ୟ ୦.୫ରୁ ୧.୫ ପ୍ରତିଶତ ମଧ୍ୟରେ ସୀମିତ ରହିଥିଲା । କିନ୍ତୁ ଚଳିତ ଥର, ସମ୍ଭବତଃ ଇତିହାସରେ ପ୍ରଥମ ଥର ପାଇଁ ୫୦ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟ ଗ୍ରହଣ ଦିନର ମତଦାନ ହାର ଓ ଦୁଇ ଦିନ ପରେ ଦିଆଯାଇଥିବା ମତଦାନ ହାର ମଧ୍ୟରେ ତାରତମ୍ୟ ୧୫ରୁ ୩୦ ପ୍ରତିଶତ ରହିଛି, ଯାହାକି ନିର୍ବାଚନରେ ଏକ ବଡ ଧରଣର ଜାଲିଆତି ବୋଲି କୁହାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!