Thursday, November 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢ଼ିଛି

by ସଞ୍ଜୟ ସ୍ୱାଇଁ
February 6, 2021
in Feature News
ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢ଼ିଛି
94
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗତ ସାଧାରଣତନ୍ତ୍ର ଦିବସରୁ ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ଆଜି ଦ୍ୱାଦଶ ଦିନରେ ପହଁଚିଛି । ଏହି ମେଳାରେ ରାଜ୍ୟର ୬୨ ବର୍ଗର ଜନଜାତିଙ୍କର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନର ବାସ୍ତବ ଚିତ୍ରକୁ ଆକର୍ଷଣୀୟ ଭାବରେ ପ୍ରତିଫଳିତ କରାଯାଇଛି । ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କଳା, ହସ୍ତଶିଳ୍ପ, କୃଷିଜାତ ସାମଗ୍ରୀକୁ ରାଜଧାନୀବାସୀ ଦେଖିବା ଓ କିଣିବା ପାଇଁ ଏହି ମେଳା ଜରିଆରେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଏଥିରେ ସମୁଦାୟ ୯୦ଟି ଷ୍ଟଲ ବା ମଣ୍ଡପ ଖୋଲିଥିବା ବେଳେ ଏ ସବୁରେ ଜନଜାତି ବର୍ଗର ଜୀବନଶୈଳୀ, କଳାକୁଶଳତା ଓ ଜୀବିକା ନିର୍ବାହ ପ୍ରଣାଳୀ ସମ୍ପର୍କରେ ଦର୍ଶକମାନେ ବହୁ ତଥ୍ୟ ଜାଣି ପାରୁଛନ୍ତି । ବର୍ତମାନ ଜନଜାତି ବର୍ଗଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡିକର ବଜାର ଚାହିଦା ଆଶାତୀତ ଭାବରେ ବୃଦ୍ଧି ପାଇଛି । ସହର ଅଂଚଳରେ ଏହି ସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହେଉଥିବାରୁ ବର୍ଷକର ବ୍ୟବଧାନ ପରେ ରାଜଧାନୀକୁ ଆସିଥିବା ଆଦିବାସୀ ମେଳା ଏଥିପାଇଁ ବିରଳ ସୁଯୋଗ ଆଣି ଦେଇଛି । ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ବିଶୁଦ୍ଧ ଏବଂ ଏଥିରେ ଜୈବିକ ଗୁଣ ଏ ଯାବତ୍ ଅକ୍ଷୁର୍ଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ତାହା ହିଁ ଜନସାଧାରଣଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରୁଛି ଆଦିବାସୀ ମେଳାକୁ । ଗ୍ରାହକମାନଙ୍କର ଭିଡ଼ ଯୋଗୁଁ କିଛି ସମୟ ଚଳଚଂଚଳ ହୋଇ ଉଠୁଛି ମେଳା ପରିସରର ବିଭିନ୍ନ ମଣ୍ଡପ । ଚଳିତ ବର୍ଷର ଆଦିବାସୀ ମେଳାର ଏକ ବଡ଼ ବିଶେଷତ୍ୱ ହେଉଛି, ରାଜ୍ୟର ପୁରପଲ୍ଲୀରେ ପରିବ୍ୟାପ୍ତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ବ୍ୟାପକ ଅଂଶଗ୍ରହଣ । ବିଭିନ୍ନ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ) ସହାୟତାରେ ସେମାନେ ମେଳା ପରିସରକୁ ଆସି ବେପାର ବାଣିଜ୍ୟର ପସରା ମେଲାଇ ଦେଇଛନ୍ତି । ଆଦିବାସୀ ମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟସଶ୍ୟ ଯଥା- ବାସୁମତୀ ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଦର୍ଶକଙ୍କ ଯେତିକି ଆଗ୍ରହ ପରିଲକ୍ଷିତ ହେଉଛି, ସେତିକି ଆଗ୍ରହ ରହୁଛି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ଆଚାର, ହଳଦୀଗୁଣ୍ଡ ଓ ଫୁଲଝାଡୁ ଆଦି କିଣିବା ପାଇଁ । ଆଜି ଛୁଟିଦିନ ଥିବାରୁ ଅପରାହ୍ନରେ ଦର୍ଶକଙ୍କ ବିଶେଷ ଗହଳି ଦେଖିବାକୁ ମିଳିଥିଲା । ଗୃହିଣୀମାନେ ଆଉ ଯାହା କିଣନ୍ତୁ ବା ନ କିଣନ୍ତୁ, କିନ୍ତୁ ହାତରେ ଗୋଟିଏ ଫୁଲଝାଡୁ କିମ୍ବା ହଳଦୀଗୁଣ୍ଡ ଓ କେନ୍ଦୁଝର ବଡ଼ି ପ୍ୟାକେଟ୍ ଧରି ଫେରୁଥିବାର ନିଆରା ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!