ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୋଚିଂ ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀକୁ ଟେକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍ । ସୂଚନାନୁସାରେ, ନିଶ୍ଚିତକୋଇଲି ଥାନା ଅନ୍ତର୍ଗତ ଅସୁୁରେଶ୍ୱର ପ ।ୟତ ଅ ଳର ଜଣେ ଛାତ୍ରୀ ଆଜି କୋଚିଂ ସାରି କେନାଲ ବନ୍ଧ ଦେଇ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ଉକ୍ତ ଛାତ୍ରୀଙ୍କୁ ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ଟେକିନେଇଥିବା ନେଇ ନିଶ୍ଚିତକୋଇଲି ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ଲୋକ । ତେବେ ପୁଲିସ ତଦନ୍ତ ଆରମ୍ଭ କରି ଛାତ୍ରୀଙ୍କୁ ଖୋଜୁଥିବା ବେଳେ ସ୍ଥାନୀୟ ଅ ଳରେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି ।





