ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ଅଞ୍ଚଳର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିବାର ତିନିଦିନ ବିତିଯାଇଥିଲେ ମଧ୍ୟ ପରିଚୟ ମିଳିପାରିନାହିଁ । ତେବେ ମହିଳାଙ୍କ କଟା ମୁଣ୍ଡ ମିଳିନଥିବା ବେଳେ ଶବ ବେବଚ୍ଛେଦ ରିପୋର୍ଟରେ ଟ୍ୟୁଇଷ୍ଟି ଆସିଥିବା ଜଣାପଡିଛି । ମହିଳା ଜଣକୁ ପ୍ରଥମେ ତ ି ଚିପି ହତ୍ୟା କରିବା ପରେ ଉକ୍ତ ମହିଳାଙ୍କ ବେକ କଟା ଯାଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଥିବା ନେଇ ବିଶେଷ ସୁତ୍ରରୁ ଜଣାପଡିଛି । ତେବେ ଏହାକୁ ନେଇ, କମିଶନରେଟ ପୁଲିସ ଏକ ଟିମ୍ ଘଟଣା ସ୍ଥଳରେ ପହ ô ତଦନ୍ତକୁ ତନାଘନା କରୁଥିବା ବେଳେ ମହିଳାଙ୍କ ପରିଚୟକୁ ନେଇ ଭୁବନେଶ୍ୱର ଓ ଆଖପାଖ ଅ ଳରେ ଉକ୍ତ ମୃତଶରୀର ଫଟୋ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।





