କଟକ, (ବାଘୁଆବାର୍ତ୍ତା): ଦୁର୍ନୀତି କରି ନିଲମ୍ବିତ ହେଲେ କନିଷ୍ଠ ଯନ୍ତ୍ରୀ । କଟକ ନିଶ୍ଚିନ୍ତକୋଇଲି ନେମାଳ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପରେ ଦୁର୍ନୀତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପଞ୍ଚାୟତିରାଜ ବିଭାଗ । ମିଥ୍ୟା ବିଲ୍ କରି ଟଙ୍କା ଉଠାଣ ଘଟଣାରେ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସେଠୀଙ୍କୁ ନିଲମ୍ବିତ କରାଯାଇଛି । ଅକ୍ଟୋବର ୨୮ରେ କଟକ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ୪ ଲକ୍ଷ ଟଙ୍କାର ବିଲ୍ ପ୍ରଦାନ କରାଯାଇଥିଲା । ତେବେ ନିର୍ମାଣ କାର୍ଯ୍ୟ ନକରି ମିଥ୍ୟା ବିଲ୍ ଦ୍ବାରା ଟଙ୍କା ଉଠାଇଥିବା ଅଭିଯୋଗ କରିଥିଲେ ଅଞ୍ଚଳବାସୀ । ଏନେଇ ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ସାମ୍ନାକୁ ଆସିଥିଲା ଦୁର୍ନୀତିର ଚିତ୍ର । ଅନିୟମିତତା ନେଇ କନିଷ୍ଠ ଯନ୍ତ୍ରୀ ବିଜୟ ସେଠୀଙ୍କୁ ନିଲମ୍ବିତ କରାଯାଇଛି ।





