ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମୋ ସରକାର ଓ ୫-ଟି କଡ଼ାକଡ଼ି ଭାବରେ ଅନୁପାଳନ କରି ଯୋଜନାର ସୁଫଳ ରୂପାୟନ କରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହ ।ଇବା ଆବଶ୍ୟକ । ଏବଂ ଆଗାମୀ ୫ବର୍ଷରେ ଓଡ଼ିଶାରେ ମତ୍ସ୍ୟ ରପ୍ତାନୀକୁ ବୃଦ୍ଧି କରାଯାଇ ୨୦ହଜାର କୋଟିରେ ପହ ।ଇବା ନେଇ ଲକ୍ଷ ରଖାଯାଇଛି । ତେଣୁ ଦୁର୍ନୀତିକୁ ପ୍ରଶୟ ନଦେଇ ଯୋଜନାର ରୂପାୟନରେ ସଂପୁର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବାକୁ ପଡିବ ଏବଂ ରଖ ବୋଲି ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ । ସୂଚନାନୁସାରେ, କୃଷି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ମତ୍ସ୍ୟ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ମନ୍ତ୍ରୀ ଡ଼ ସାହୁ, ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ମତ୍ସ୍ୟଚାଷି, ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସମନ୍ୱିତ କୃଷି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସେହିଭଳି ମତ୍ସ୍ୟ ସଂପଦର ଅବିବୃଦ୍ଧିକୁ ଉଲ୍ଲେଖ କରି, ରାଜ୍ୟରେ ୧୫ଲକ୍ଷ ଲୋକ ମତ୍ସ୍ୟ କ୍ଷେତ୍ର ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ । ଗତ ୨୦ବର୍ଷର ତଳେ ରାଜ୍ୟର ବାର୍ଷିକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରକୁ ଲକ୍ଷ କଲେ ତାହା ଏହି ୫ବର୍ଷ ଭିତରେ ତାହା ୫୭% ଅଭିବୃଦ୍ଧି ଘଟି ୮.୧୬ଲକ୍ଷ ମେଟ୍ରିକ୍ ଟନ୍ରେ ପହ ôଛି । ସେହିପରି ଜଣେ ବ୍ୟକ୍ତି ମାଛ ଆହରଣ ଗତ ୨୦ବର୍ଷ ଭିତରେ ୭.୭୧କେଜି ରୁ ୧୬.୨୪କେଜିକୁ ବୃଦ୍ଧି ପାଇଛି । ତେଣୁ ଜାତୀୟସ୍ତରରେ ମାଛ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ସେଥିପାଇଁ ରାଜ୍ୟରେ ମାଛ ଜାଅାଁଳା ଉତ୍ପାଦନ କେନ୍ଦ୍ର ଓ ଅଭିପାଳନ କେନ୍ଦ୍ରଗୁଡିକର ଭି ିଭୂମି ବିକାଶକୁ ତୁରନ୍ତ ସଂପୂର୍ଣ୍ଣ କରାଯାଇ ଆଗୁଆ ଓ ବର୍ଷସାରା ମତ୍ସ୍ୟଚାଷିଙ୍କୁ ଜାଅାଁଳା ଯୋଗାଇ ଦିଆଯିବ । ଏବଂ ଜୈବପୁଞ୍ଜ ପଦ୍ଧତିରେ ମାଛ ଚାଷ ଓ ମାଛ ଚାଷିମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗ ଯୋଜନାରେ ଅଧରକ ଉଦ୍ୟାଗୀ ସୃଷ୍ଟି କରିବା, ଖାରି ଝଳରେ ଚିଙ୍ଗୁଡ଼ି ଚାଷକୁ ବ୍ୟାପକ କରିବା ପାଇଁ ରୂପରେଖ ପ୍ରସ୍ତୁତ, ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀଙ୍କ ଦ୍ୱାରା ପ ।ୟତ ପୋଖରୀରେ ମାଛ ଚାଷ ଉପରେ ଗୁରୁତ୍ୱ ରଖିବା ପାଇଁ ମନ୍ତ୍ରୀ ଡ଼ ସାହୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ କୃଷି ଉତ୍ପାଦନ କମିଶନର ଆର କେ ଶର୍ମା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର ରଘୁପ୍ରସାଦ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଂଜନ ପ୍ରଧାନ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।





