ଭଦ୍ରକ, (ବାଘୁଆବାର୍ତ୍ତା): ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭଦ୍ରକ ର ବାର୍ଷିକ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଅବସରରେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ବିବେଦୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ , ବାର୍ଷିକ ଖେଳକୁଦ ସମାରୋହ ର ଶୁଭାରମ୍ଭ କରିଥିଲେ ଏବଂ ଆନ୍ତର୍ଜାତୀୟ ପlରା ଆଥଲେଟ ରାଖାଲ କୁମାର ସେଠି ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସ୍ତରୀୟ ଖେଳ କୁଦ ସମ୍ବର୍ଦ୍ଧିତ ବକ୍ତବ୍ୟ ପ୍ରଦାନ ପୂର୍ବକ ଛାତ୍ର ଛତ୍ରୀ ମାନଂକର ଉତ୍ସାହ ବୃଦ୍ଧି କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାବତୀ ଦ୍ବିବେଦୀ ଙ୍କ ଦ୍ୱାରା ଅତିଥି ପରିଚୟ ଏବଂ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ବିଜେତା ଛାତ୍ର ଛତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କର ଦ୍ୱାରା ପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ବିଦ୍ୟାଳୟ ର ଖେଳ ଶିକ୍ଷୟିତ୍ରୀ ସୁନିତା ଦୁହାନ ବିଦ୍ୟାଳୟ ର ସୁରେନ୍ଦ୍ର କୁମାର ରାଉତ, ଛାଗନଲାଲ ଗୁରଜର, ନରେଶ କୁମାର , ସୁକାନ୍ତି ମିଶ୍ର , କିଶୋର କୁମାର ଦାସ,ବ୍ରଜେଶ୍ବର ପୃଷ୍ଟି ତଥା ଅନ୍ୟ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l






