Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ଆକ୍ରମଣ ଘଟଣା, ୩ ଗିରଫ

by ସଞ୍ଜୟ ସ୍ୱାଇଁ
December 20, 2024
in Crime, State
ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ଆକ୍ରମଣ ଘଟଣା, ୩ ଗିରଫ
37
VIEWS
Share on FacebookShare on Twitter

ଆଠଗଡ଼, (ବାଘୁଆବାର୍ତ୍ତା): ଚୋରା ଗଞ୍ଜେଇ କାରବାରର ଖବର ପାଇ ଚଢାଉ ପାଇଁ ଭୁବନେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ସ୍କ୍ୱାର୍ଡକୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣା । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତିଗିରିଆ ଥାନା ପୋଲିସ । ଗିପଫ ହୋଇଥିବା ୩ ଜଣ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମର ସିଦ୍ଦିକ୍ ଅହମ୍ମଦ ଖାନ୍, ମହମ୍ମଦ ତୟବ ଏବଂ କନ୍ଧମାଳ ଅଞ୍ଚଳର ମହିଳା ତପସ୍ଵିନୀ ଦିଗଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଚଳିତ ମାସ ୧୮ ତାରିଖ ଅର୍ଥାତ ବୁଧବାରରେ ପୋଲିସର କ ସ୍ଵତନ୍ତ୍ର ଦଳ ଏହି ଥାନା ଅନ୍ତର୍ଗତ ନୂଆପାଟଣା ଡାକ ଘର ପଛପଟରେ ଥିବା ଏକ ଦୁଇ ମହଲା ଘରେ ଚଡାଉ କରିଥିଲେ । ଏହି ସମୟରେ ଉକ୍ତ ଘରେ ଥିବା ଗଞ୍ଜେଇ ଚାଲାଣକାରୀ ମାଫିଆ ମାନେ ପୋଲିସକୁ ଆକ୍ରମଣ କରିଥିଲେ । ଏହାରି ଭିତରେ ଆକ୍ରମଣାତ୍ମକ ଆଚରଣରେ ଉଭୟ ପୋଲିସ ଓ ଦଲାଲଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଅନ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଦୁଇ ଜଣ ଯୁବକ ଏବଂ ଜଣେ ମହିଳାଙ୍କୁ ଗରଫ କରିଛି ପୋଲିସ । ପଙ୍କାଳ ଗ୍ରାମର ସିଦ୍ଦିକ୍ ଅହମ୍ମଦ ଖାନ୍, ମହମ୍ମଦ ତୟବ ଏବଂ କନ୍ଧମାଳ ଅଞ୍ଚଳର ମହିଳା ତପସ୍ଵିନୀ ଦିଗଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଆଉ କେତେକ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାରୁ ସେଠାରୁ କୌଣସି ନିଶା ସାମଗ୍ରୀ ଜବତ ହୋଇନଥିବା ଜଣାପଡିଛି । ଚୋରା ନିଶା କାରବାରରେ ସମ୍ପୃକ୍ତ ଏବଂ ଚଢାଉ ବେଳେ ଫେରାର ହୋଇଥିବା ଦଲାଲଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବା ସହିତ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଠଗଡ଼ ଏସଡିପି ଓ ରବିନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!