Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାହୁଲ ଗାନ୍ଧୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ଅଭିଯୋଗ କରିଛି ବିଜେପି

by ସଞ୍ଜୟ ସ୍ୱାଇଁ
December 19, 2024
in NATIONAL NEWS
ରାହୁଲ ଗାନ୍ଧୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ଅଭିଯୋଗ କରିଛି ବିଜେପି
145
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି । ରାହୁଲ ଗାନ୍ଧୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ କରିଛି ବିଜେପି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯, ୧୧୫ ଏବଂ ୧୧୭ ଅଧିନରେ ପୋଲିସ ମାମଲା ରୁଜୁ କରିଛି । ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ସକାଳେ ସଂସଦରେ ଆମ୍ୱେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ ଉଭୟ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ କଥିତ ରୂପେ ହୋଇଥିବା ଠେଲାପେଲାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ । ବିଜେପି ସାଂସଦଙ୍କୁ ରାହୁଲ ଗାନ୍ଧୀ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ବିଜେପି ସାଂସଦ ଅନୁରାଗ ଠାକୁର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଛି । ତାଙ୍କ ବିରୋଧରେ ଶାରୀରିକ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ କରାଯାଇଛି । ଅନୁରାଗ ଠାକୁର କହିଛନ୍ତି, ‘ରାହୁଲ ଦଳ ବଳ ସହ ଏନଡିଏ ସାଂସଦଙ୍କ ଆଗକୁ ମାଡ଼ି ଆସିଥିଲେ ଏବଂ ସାଂସଦଙ୍କୁ ଉସୁକାଇଥିଲେ । ଏହାଦ୍ୱାରା ସାଂସଦଙ୍କୁ ଆଘାତ ପହଞ୍ଚିବ ବୋଲି ସେ ଜାଣି ମଧ୍ୟ ତାହା କରିଥିଲେ । ଧାରା ୧୦୯, ୧୧୫, ୧୧୭, ୧୨୫, ୧୩୧ ଏବଂ ୩୫୧ ଅଧିନରେ ମାମଲା ରୁଜୁ ହୋଇଛି ।’ ଧାରା-୧୦୯ ହତ୍ୟା ଉଦ୍ୟମ ସହ ଜଡିତ ଅଟେ । ଏତଲା ଦେବାକୁ ଯାଇଥିବା ବିଜେପି ସାଂସଦ ବାଂସୁରୀ ସ୍ୱରାଜ କହିଛନ୍ତି, ‘ଏହା କେବଳ ଅଭଦ୍ରାମୀ ନୁହେଁ ବରଂ ଅପରାଧ ମଧ୍ୟ । ଏଥିପାଇଁ ଆମେ ସମସ୍ତ ଆଜି ଏଠାକୁ (ପୋଲିସ ଷ୍ଟେସନ)କୁ ଆସିଛୁ ଏବଂ ଏତଲା ଦେଇଛୁ । ସୁରକ୍ଷାକର୍ମୀ ରାହୁଲ ଗାନ୍ଧୀଙ୍କୁ ବୈକଳ୍ପିକ ରାସ୍ତାରେ ଯିବା ପାଇଁ ବାରମ୍ୱାର ଅନୁରୋଧ କରିଥିଲେ । କିନ୍ତୁ ରାହୁଲ ସେମାନଙ୍କ ଅନୁରୋଧକୁ ମାନିନଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି ।’

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!