ଭୋପାଳ,(ବାଘୁଆବାର୍ତ୍ତା) : ଉତ୍ତରପ୍ରଦେଶର ମୋରେନା ଜିଲ୍ଲାରେ ଘଟିଛି ଛାତି ଥରାଇ ଦେବା ଭଳି ଘଟଣା। ଜଣେ ୪ବର୍ଷୀୟ ଶିଶୁକୁ ଅପହରଣ କରି ଦୁଷ୍କର୍ମ କରିବା ଏବଂ ପରେ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି, ଅଭିଯୁକ୍ତଜଣଙ୍କ ପୂର୍ବରୁ ଦୁଷ୍କର୍ମ କରି ଜେଲ ଯାଇଥିଲା। ଜାମିନରେ ବାହାରକୁ ଆସିବା ପରେ ସେ ପୁଣି ଥରେ ଏଭଳି ଅମାନୁଷିକ କାମ କରିଥିବା ଜଣାପଡ଼ିଛି।





