Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ନିଶାସକ୍ତ ଯୁବକ

by ସଞ୍ଜୟ ସ୍ୱାଇଁ
December 19, 2024
in Crime, State
୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ନିଶାସକ୍ତ ଯୁବକ
61
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ନିଶାସକ୍ତ ଯୁବକ ଘଟାଇଲେ ଉନ୍ମତ କାଣ୍ଡ। ଅଣ୍ଡା ଓ ଟଙ୍କା ନ ଦେବାରୁ ଜଣେ ଅଣ୍ଡା ଟ୍ରକ୍‌ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ନୂଆ ଵସଷ୍ଟାଣ୍ଡ ନିକଟରେ ଘଟିଛି। ମାତ୍ର ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ୩ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଗତକାଲି ରାତି ପ୍ରାୟ ୧୦ଟା ପରେ ଏକ ଅଣ୍ଡା ଵୋଝେଇ ଟ୍ରକ୍‌ ଭଦ୍ରକର ନୂଆ ଵସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା। ସେଠାରେ ଡ୍ରାଇଭର ଟ୍ରକ୍‌ରୁ ଅନ୍ୟ ଏକ ଛୋଟ ଗାଡ଼ିକୁ ଅଣ୍ଡା ଅନଲୋଡ କରୁଥିଲେ। ହଠାତ ୩ଜଣ ନିଶାସକ୍ତ ଯୁବକ ପହଞ୍ଚି ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଟ୍ରକ୍‌ ଡ୍ରାଇଭର ମନା କରିଦେବାରୁ ସେମାନେ ତାଙ୍କୁ ମାଡ ମାରିଥିଲେ। ଏହାପରେ ଭୟଭୀତ ହୋଇ ଡ୍ରାଇଭରଜଣକ ଟ୍ରାନ୍ସପୋର୍ଟ ମାଲିକ ଚରମ୍ପା ଅଞ୍ଚଳର ପି ବାସୁଙ୍କୁ ଫୋନ କରିଥିଲେ। ପି ବାସୁ ନିଜର ଜଣେ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ନିଶାସକ୍ତ ୩ ଯୁବକ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିରେ ନିଶାସକ୍ତ ତିନି ଯୁଵକ ଉତ୍ତକ୍ଷିପ୍ତ ହୋଇ ସେମାନଙ୍କୁ ଗୋଡାଇ ଗୋଡାଇ ଛୁରୀ, ଭୁଜାଲି ଓ ବ୍ଲେଡରେ ଆକ୍ରମଣ କରିଥିଲେ। ଏଥିରେ ଟ୍ରାନ୍ସପୋର୍ଟ ମାଲିକ, ଛୋଟ ଗାଡ଼ି ଡ୍ରାଇଭର, ଅଟୋ ମାଲିକ ଓ ଟ୍ରକ୍‌ ଡ୍ରାଇଭର ଗୁରୁତର ହୋଇଥିଲେ। ଉପାୟ ନ ପାଇ ସେମାନେ ସେଠାରୁ ଏକ ଅଟୋ ଯୋଗେ ଭଦ୍ରକ ଟାଉନ ଥାନାକୁ ଆସିଥିଲେ। ଏହି ସମୟ ମଧ୍ୟରେ ବି ନିଶାସକ୍ତ ଯୁବକମାନେ ଏକ ଗାଡ଼ିରେ ସେମାନଙ୍କ ପିଛା କରି ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଶାସକ୍ତ ଯୁବକମାନେ ନିଜ ଗାଡ଼ି ସହ ଟ୍ରାନ୍ସପୋର୍ଟ ମାଲିକଙ୍କ ବାଇକ୍‌କୁ ନେଇ ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥା ୪ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୨ ଜଣଙ୍କୁ କଟକ ରେଫର କରି ଦିଆଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!