ଭୁବନେଶ୍ୱର,(ବାଘୁଆବାର୍ତ୍ତା): କଟାମୁଣ୍ଡକୁ ଖୋଜୁଛି ସନ୍ଧାନକାରୀ କୁକୁର । ରାସ୍ତାକଡ଼ ବୁଦାବୁଦିକା ନଟିରେ ପଡ଼ି ରହିଥିଲା ମୁଣ୍ଡବିହୀନ ମହିଳାଙ୍କ ମୃତ ଶରୀର । ଏହାକୁ ନେଇ ତନାଘନା ଆରମ୍ଭ କରିଛି କମିଶନ୍ରେଟ ପୁଲିସ୍ । ମିଳିଥିବା ସୂଚନାନୁସାରେ, ଭୁବନେଶ୍ୱର ଉପକଣ୍ଠ ଦାସପୁର ଅଞ୍ଚଳ ରାସ୍ତାକଡ଼ ନିକଟରେ ଥିବା ଏକ ନଟିବୁଦା ମୂଳରେ ଏକ ମୁଣ୍ଡବିହୀନ ମୃତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଏହି ଘଟଣା ଖୀପ୍ରବେଗରେ ମାଡିଯିବ ପରେ ଘଟଣାସ୍ଥଳରେ ଲୋକ ରୁଣ୍ଢ ହେବା ସହିତ କମିଶନ୍ରେଟ୍ ପୁଲିସ୍ ପହ ô ତନାଘନା ଆରମ୍ଭ କରିଛି । ତେବେ ଏହି ଅଜଣା ମହିଳା କିଏ? ତା’କୁ ନେଇ ପୁଲିସ୍ ଛାନଭିନ୍ ଚଳାଇଥିବା ବେଳେ ଫୋରେନ୍ସିକ୍ ଟିମ୍ ତନ୍ନତନ୍ନ ଯା କରି ପାଖରେ ପଡିଥିବା ଲୁଗା, ଏକ ଗ୍ଲୋବ୍ସ ଓ ଛୁରୀ ଜବତ କରିଛି । ତେବେ ଏହି ସବୁ ସାମଗ୍ରୀ ପୁଲିସ ଜବତ କରିବା ପରେ ମହିଳାଙ୍କ କଟା ମୁଣ୍ଡକୁ ଖୋଜୁଛି । ମହିଳାଙ୍କ ମୃତ ଶରୀର ପଡିଥିବା ସ୍ଥାନ ଠାରୁ ୫ମିଟର ସୂରରେ ଥିବା ଓଡ଼ିଶା ବାୟୋଟେକ୍ ପାର୍କ ପର୍ଯ୍ୟନ୍ତ ସନ୍ଧାନକାରୀ କୁକୁର ଆସି ସେହି ପାର୍କ ପର୍ଯ୍ୟନ୍ତ ଯିବାରୁ, ଗେଟ୍ ତାଲା ଭାଙ୍ଗି ପୁଲିସ୍ ପାର୍କ ପଶିଥିଲା । କିନ୍ତୁ କୌଣସି ସୁରାଗ କମିଶନରେଟ୍ ପୁଲିସ୍କୁ ମିଳିନଥିବା ଜଣାପଡିଛି ।





