ନୟାଗଡ଼,(ବାଘୁଆବାର୍ତ୍ତା): କିଆଝର ପଞ୍ଚାୟତ ଅଧିନ ସେରଜଙ୍ଗ ଗ୍ରାମର ମା ରାମଚଣ୍ଡୀ କ୍ରିକେଟ କ୍ଳବ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ପ୍ରଥମ ବାର୍ଷିକ କେଦାର ମହାନ୍ତି ମେମୋରିଆଲ କପ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଗଣିଆ କ୍ରିକେଟ କ୍ଳବ କାଦୁଆ କ୍ରିକେଟ ଟିମ କୁ ହରାଇ ବିଜୟୀ ହୋଇଛି । ପ୍ରଥମେ ଟସ ଜିଣି କାଦୁଆ କ୍ରିକେଟ ଟିମ ନିର୍ଦ୍ଧାରିତ ୧୫ ଓଭରରୁ ୧୪ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନ ସଂଗ୍ରହ କରିଥିଲା । ଜବାବରେ ଗଣିଆ କ୍ରିକେଟ କ୍ଳବ ୧୪ ଓଭରରେ ୮ ଉଇକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ମ୍ୟାଚକୁ ବିଷ୍ଣୁ ମୋହନ ନାୟକ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୁପେ କିଆଝର ପଂଚାୟତ ସରପଞ୍ଚ ଚନ୍ଦ୍ରକାନ୍ତ ବଳିୟାର ସିଂ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । କେଦାର ମହାନ୍ତି ସ୍ମୃତି ପରିଷଦର ସଭ୍ୟ ପଠାଣି ନାୟକ, ମାଟିଆ ସ୍ୱାଇଁ, ଭରତ ବିଶ୍ୱାଳ, ମୁରଲୀଧର ନାୟକ, ରମେଶ ବିଶ୍ୱାଳ ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।





