Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଭୁବନେଶ୍ୱରରେ ହରିୟାଣା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
December 17, 2024
in Crime, State
ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଭୁବନେଶ୍ୱରରେ ହରିୟାଣା ପୁଲିସ୍‌
162
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ୱରରେ ହରିୟାଣା ପୁଲିସ୍‌। ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରରେ ଘରକୁ ଘର ବୁଲି ସର୍ଚ୍ଚ କରୁଛି। ହେଲେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୁଲିସ୍‌। ଆଜକୁ ୧୦ ଦିନ ତଳେ ହରିୟାଣାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା। ଏହି ମାମଲାରେ ତଦନ୍ତ ବେଳେ ହରିୟାଣା ପୁଲିସ୍‌କୁ ଓଡ଼ିଶା ଲିଙ୍କ ମିଳିଥିଲା। ଅପହରଣର ମାଷ୍ଟରମାଇଣ୍ଡଙ୍କ ମୋବାଇଲ ଲୋକେସନ୍‌ ଇନ୍‌ଫୋସିଟି ଥାନା ପ୍ରଶାନ୍ତି ବିହାରରୁ ମିଳିଥିଲା। ଏହା ପରେ ହରିୟାଣା ପୁଲିସ୍‌ର ୪ ଜଣିଆ ଟିମ୍‌ ଓଡ଼ିଶା ଅଭିମୁଖେ ଆସିଥିଲା। ପୁଲିସ୍‌ ଟିମ୍‌ ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନାରେ ପହଞ୍ଚି ଥିଲେ। ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍‌ ମିଳିଥିବା ଘରେ ସର୍ଚ୍ଚ କରିଥିଲେ। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୁଲିସ୍‌। ଅପରାହ୍ନ ୧ଟାରୁ ୫ ପର୍ଯ୍ୟନ୍ତ ପ୍ରଶାନ୍ତି ବିହାରରେ ଘୁରିକୁ ଘର ବୁଲି ପଚାରିଥିଲେ ହରିୟାଣା ପୁଲିସ୍‌। ଚଢ଼ଉ ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଥିବା ଅଭିଯୋଗ ହେଉଛି। ତେବେ ଏନେଇ ଇନ୍‌ଫୋସିଟି ଥାନା ପୁଲିସ ବା ହରିୟାଣା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!