ନୟାଗଡ଼, (ବାଘୁଆବାର୍ତ୍ତା): ମା ଦକ୍ଷିଣ କାଳୀ ଭଲି କ୍ଳବ ପୁରୁଣା ସହରଆନୁକୂଲ୍ୟରେ ମା ଦକ୍ଷିଣ କାଳୀଙ୍କବିଜେ ମଣ୍ଡା ବାଗନ ପଡିଆ ରେ ପଞ୍ଚମ ତମ ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି । ଏହି ଅବସରରେ ଅପରାହ୍ନ ୪ ଘଟିକା ସମୟ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବି ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ ଭଲି ଟୁର୍ନାମେଣ୍ଟ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଉଦଘାଟନ ସନ୍ଧ୍ୟା ରେ ଭଲି ଟୁର୍ନାମେଣ୍ଟ ରେ କୋମଣ୍ଡ ଭଲି କ୍ଳବ ବନାମ ଦୁର୍ଗା ପ୍ରସାଦ ଭଲି କ୍ଳବ ପରସ୍ପର କୁ ଭେଟି ଥିଲେ । ଏହା ଆଜି ୧୭ତାରିଖ ରୁ ଆରମ୍ଭ ହୋଇଆସନ୍ତା ୨୪ତାରିଖ ପର୍ୟ୍ୟନ୍ତ ମ୍ୟାଚ ଖେଳା ଯିବା ନେଇ କ୍ଳବ ର ସଦସ୍ୟ ସୂଚନା ଦେଇ ଥିବା ବେଳେ ଏହି ଟୁର୍ନାମେଣ୍ଟ ଉଦଘାଟନ ଅବସର ରେ ମା ଦକ୍ଷିଣ କାଳୀ ଭଲି କ୍ଳବ ର ସଭାପତି ରାଜା ପଟ୍ଟନାୟକ, ଓ ସମ୍ପାଦକ ମାନସ ପ୍ରିତମ ଉପସ୍ଥିତ ଥିବା ବେଳେ କ୍ଳବ ରସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।






