Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋକସଭାରେ ଆଗତ ପରେ ଜେପିସିକୁ ଗଲା ଏକକ ନିର୍ବାଚନ ବିଲ୍‌

by ସଞ୍ଜୟ ସ୍ୱାଇଁ
December 17, 2024
in NATIONAL NEWS
ଲୋକସଭାରେ ଆଗତ ପରେ ଜେପିସିକୁ ଗଲା ଏକକ ନିର୍ବାଚନ ବିଲ୍‌
60
VIEWS
Share on FacebookShare on Twitter

ନିଉଦିଲ୍ଲୀ, (ବାଘୁଆବାର୍ତ୍ତା): ସଂସଦରେ ଆଗତ ପରେ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ଯାଇଛି ଏକକ ନିର୍ବାଚନ ବିଲ। ବିଲ୍ ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଛି ୧୯୮ ଭୋଟ। ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଆଗତ କରିଛନ୍ତି। ବିଲ ଆଗତ ପରେ ଏହାକୁ ଜେପିସିକୁ ପଠାଇ ଦିଆଯାଇଛି। ଜେପିସିରେ ବିଲ ଉପରେ ବିସ୍ତୃତ ଆଲୋଚନା ହେବ। ତେବେ ଏକକ ନିର୍ବାଚନ ବିଲକୁ ଅସାମ୍ବିଧାନିକ କହି ବିରୋଧ କରିଛନ୍ତି ବିରୋଧୀ। ତେବେ ବିଲ ପାଇଁ ଲୋକସଭାରେ ଭୋଟିଂ ଆରମ୍ଭ ହୋଇଥିଲା। ପ୍ରଥମଥର ଲୋକସଭାରେ ଇଭିଏମ୍ ଦ୍ବାରା ଭୋଟିଂ ହୋଇଥିଲା। ଏଥିରେ ବିଲ ସପକ୍ଷରେ ୨୨୦ ଏବଂ ବିପକ୍ଷରେ ୧୪୯ ଭୋଟ୍‌ ପଡ଼ିଥିଲା। ମୋଟ ୩୬୯ ସଦସ୍ୟ ମତଦାନ କରିଥିଲେ। ଏହା ପରେ ବିରୋଧୀ ଆପତ୍ତି ଉଠାଇଥିଲେ। ବିରୋଧୀଙ୍କ ଆପତ୍ତି ପରେ ଗୃହମନ୍ତ୍ରୀ ଅମିତ ଶାହା ଚିଟ୍‌ ଦ୍ବାରା ଭୋଟିଂ ପାଇଁ ନିବେଦନ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସ୍ପଷ୍ଟ ଭାବରେ ଚିଟ୍ ମାଧ୍ୟମରେ ଭୋଟ୍ ଦେବାକୁ ଅପିଲ କରିଥିଲେ। ଏହାପରେ ବିଲ୍ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍ ପଡିଥିଲା। ଗତ ସପ୍ତାହରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁପାରିସକୁ ଗ୍ରହଣ କରିଥିଲେ ସରକାର। ତେବେ ସରକାରଙ୍କ ତର୍କ ହେଲା, ଏହାଦ୍ବାରା ସମୟ ବଞ୍ଚିବ ଓ ବିକାଶ ଅଧିକ ହେବ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!