ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶରେ ତେଜୁଛି ରାଜନୀତି । ସୀମା ସରହଦ ଡେଉଁଛି ଆନ୍ଧ୍ର । ଦାଦାଗିରି କରି ଓଡ଼ିଶା ସୀମାରେ ଥିବା ୩ଟି ଗାଁକୁ ଅକ୍ତିଆର କଲାଣି ଆନ୍ଧ୍ର । ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆ ଗାଁରେ ନିଜର ଆଧିପତ୍ୟ ବିସ୍ତାର କରିଆସୁ ଥିବା ଆନ୍ଧ୍ରପ୍ରଦେଶ ସବୁ ସୀମା ପାର କରିଛି । କୋଟିଆ ପଞ୍ଚାୟତର ପଟୁ ସିନେରୀ, ତଳଗଞ୍ଜେଇ ପଦର ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ନିଜ ଦଖଲକୁ ନେଇଛି ଆନ୍ଧ୍ର । ଏହି ଗାଁ ଗୁଡିକ ଓଡ଼ିଶା ସୀମାନ୍ତର ଏହି ଗାଁ ଗୁଡିକ ଉପରେ ଆନ୍ଧ୍ର ପ୍ରଦେଶ ପ୍ରଶାସନ ରାଜ୍ କରିବା ଉଦ୍ବେଗକ ବିଷୟ ପାଲଟିଥିବା ବେଳେ ଆନ୍ଧ୍ରରେ ଚାଲିଥିବା ବର୍ତ୍ତମାନ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଉକ୍ତ ଗ୍ରାମବାସୀଙ୍କୁ ସାମିଲ କରାଯାଇଥିବା ଜଣାପଡିଛି ।





