Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟେଲର ଷ୍ଟିକରରୁ ଧରାପଡ଼ିଲା, ସ୍ତ୍ରୀର ହତ୍ୟାକାରୀ ସ୍ୱାମୀ

by ସଞ୍ଜୟ ସ୍ୱାଇଁ
December 15, 2024
in Crime, State
ଟେଲର ଷ୍ଟିକରରୁ ଧରାପଡ଼ିଲା, ସ୍ତ୍ରୀର ହତ୍ୟାକାରୀ ସ୍ୱାମୀ
104
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମହାନଦୀ ନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ବଡ଼ ସଫଳତା । ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏକ ଦରଜୀ ଷ୍ଟକରରୁ ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ଯିବା ସହ ତାଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଗତ ଶୁକ୍ରବାର କଟକ ସଦର ପରମହଂସ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ମହିଳା ଯେମିତି ଚିହ୍ନଟ ନହେବେ ସେଥିପାଇଁ ତାଙ୍କ ମୁହଁକୁ ନଷ୍ଟ କରି ଦେଇଥିଲା ଅଭିଯୁକ୍ତ । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତେବେ ଘଟଣାସ୍ଥଳରୁ ମିଳିଥିବା ସାର୍ଟପ୍ୟାଣ୍ଟ,, ମହିଳାଙ୍କ ଟାଟୁକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା । ମହିଳାଙ୍କ ହାତର ଗୋଟିଏ ପଟେ ଓମ୍ ବାବା ବଳିଆ ବୋଲି ଟାଟୁ କୁଟା ଯାଇଥିଲା । ଯାହାକୁ ଆଧାର କରି କାଳେ ମହିଳାଙ୍କ ସମ୍ପର୍କରେ କିଛି ସୂଚନା ମିଳିଯିବ, ସେଥିପାଇଁ ପୋଲିସ ଆଶ୍ରମକୁ ଯାଇଥିଲା । ହେଲେ ସେଠାରୁ ପୋଲିସକୁ ବେଶି କିଛି ସଫଳତା ମିଳି ନଥିଲା । ଏହାପରେ ଘଟଣା ସ୍ଥଳରୁ ମିଳିଥିବା ସାର୍ଟପ୍ୟାଣ୍ଟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଥିଲା । ପୋଲିସ ଜବତ କରିଥିବା ଏହି ସାର୍ଟପ୍ୟାଣ୍ଟରେ ଟେଲରର ଷ୍ଟିକର ଥିଲା । ଏହାକୁ ଦେଖି ପୋଲିସ ଉକ୍ତ ଟେଲରରେ ପହଞ୍ଚି ଯାଇଥିଲା । ଆଉ ସେଠାରୁ ଅଭିଯୁକ୍ତ ସ୍ବାମୀ ପାଖରେ ପହଞ୍ଚି ଯାଇଥିଲା । ଯିଏ କି କଟକର ମହାନଦୀ ପଠାରେ ସ୍ତ୍ରୀକୁ ହତ୍ୟା କରିବା ପରେ ଗୁଜରାଟରେ ଆତ୍ମଗୋପନ କରିଥିଲା । ଗୁଜରାଟରୁ ମୃତ ମହିଳାଙ୍କୁ ଧରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ମହିଳାଙ୍କ ଘର କେନ୍ଦ୍ରାପଡ଼ା ବୋଲି ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!