Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବ ବଧୂକୁ ହତ୍ୟା ଅଭିଯୋଗ, ହତ୍ୟା ନା ଆତ୍ମହତ୍ୟା ପୁଲିସର ତଦନ୍ତ

by ସଞ୍ଜୟ ସ୍ୱାଇଁ
December 15, 2024
in Crime, State
ନବ ବଧୂକୁ ହତ୍ୟା ଅଭିଯୋଗ, ହତ୍ୟା ନା ଆତ୍ମହତ୍ୟା ପୁଲିସର ତଦନ୍ତ
111
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ଚାଉଳିଆଗଞ୍ଜରେ ବଧୂ ହତ୍ୟା ଅଭିଯୋଗ। ଚାଉଳିଆଗଞ୍ଜ ତଳସାହିରେ ଘଟିଛି ଏପରି ଦୁଃଖଦ ଘଟଣା। ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିସନ୍‌ରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ସ୍ୱାମୀ ଓ ତାଙ୍କର ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ୬ ବର୍ଷ ତଳେ ମାହାଙ୍ଗା ଅଞ୍ଚଳର ସୁଭଦ୍ରା ସାହୁଙ୍କ ବିବାହ ଚାଉଳିଆଗଞ୍ଜ ଅଞ୍ଚଳରେ ବିବାହ ହୋଇଥିଲେ। ବାହାଘର ପରେ ପରିବାର ଠିକ୍‌ଠାକ ଚାଲିଥିଲା। ଉଭୟଙ୍କ ଔରଷରୁ ଦୁଇଟି ପିଲା ଅଛନ୍ତି। ହେଲେ ଗତ କିଛି ମାସ ହେଲା ପରିବାର ଭିତରେ ଉଠିଥିଲା ଅଶାନ୍ତିର ଝଡ଼। ସୁଭଦ୍ରାଙ୍କ ଉପରେ ଆରମ୍ଭ ହେଲା ନିର୍ଯାତନା। ଯୌତୁକ ପାଇଁ ଶାଶୁଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ନିର୍ଯାତନା ପାଉଥିଲେ ମଧ୍ୟ ପିଲାଙ୍କ ପାଇଁ ଶାଶୁ ଘରେ ରହୁଥିଲେ। ଶନିବାର ରାତିରେ ବାପଘର ଲୋକଙ୍କୁ ଝିଅ ଆତ୍ମହତ୍ୟା କରିଥିବା ଫୋନ ଯାଇଥିଲା। ଏକଥା ଶୁଣିବା ପରେ ରାତିରେ କଟକ ଦୌଡ଼ି ଆସିଥିଲେ ପରିବାର ଲୋକେ। ସେତେବେଳେ ଯାହା ଦେଖିଲେ, ତାହା ବିଶ୍ୱାସ କରିପାରିଲେନାହିଁ। ସୁଭଦ୍ରାଙ୍କ ଶରୀରରେ କ୍ଷତ ଓ ମାଡ ଚିହ୍ନ ଥିବା ବାପଘର ଲୋକେ ଦେଖିବାକୁ ପାଇଥିଲେ। ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶାଶୁ, ଶ୍ୱଶୁର, ନଣଦ ସହ ମୋଟ ୭ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାର ସଠିକ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି। ଚାଉଳିଆଗଞ୍ଜ ଥାନା ପୁଲିସ ମୃତ ମହିଳାଙ୍କ ସ୍ୱାମୀ ସହ ତାଙ୍କ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!