Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରୀ ଆତ୍ମହତ୍ୟା ଘଟଣା, ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
December 14, 2024
in Crime, State
ଛାତ୍ରୀ ଆତ୍ମହତ୍ୟା ଘଟଣା, ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ
75
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ଏକ ଘରୋଇ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କର୍ତ୍ତୃପକ୍ଷଙ୍କ ବିରୋଧରେ ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ । ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି, ପ୍ରିନ୍ସପାଲ ଓ କିଛି ଷ୍ଟାଫ ନିର୍ଯାତନା ଦେଇଥିବାରୁ ଝିଅ ଆତ୍ମହତ୍ୟା କରିଥାଇପାରେ । ଏ ନେଇ ଟାଉନ ଥାନାରେ ସେ ଅଭିଯୋଗ କରିଛନ୍ତି । ଗତ ଗୁରୁବାର ହଷ୍ଟେଲରୁ ଝୁଲନ୍ତା ଅବସ୍ଥା ଯୁକ୍ତଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ପାଖରୁ ଏକ ସୁଇସାଇଡ୍ ନୋଟ୍ ପୋଲିସ ପାଇଥିବା ଜଣାପଡ଼ିଛି । ମୃତ ଛାତ୍ରୀଙ୍କ ଘର ତୁରେକେଲା ଅଞ୍ଚଳରେ । ସୂଚନା ଅନୁସାରେ, କିଛି ଦିନ ତଳେ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ବାର୍ଥ ଡେ ପାର୍ଟି ଥିଲା । ଏହାର ଫଟୋ ମୃତ ଛାତ୍ରୀ ତାଙ୍କ ମୋବାଇଲରେ ଉଠାଇଥିଲେ । ସେହି ସବୁ ଫଟୋକୁ ଅନ୍ୟ ଜଣେ ଛାତ୍ରୀ ବି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ହଷ୍ଟେଲରେ ମୋବାଇଲ ବାରଣ ଥିବାରୁ ପ୍ରିନ୍ସପାଲ ସମସ୍ତଙ୍କ ମୋବାଇଲ ନେଇ ଯାଇଥିଲେ ଓ ସବୁ ଛାତ୍ରୀଙ୍କୁ ତାଗିଦ କରିଥିଲେ । ଏପରିକି ଆଉ ନିୟମ ଉଲ୍ଲଂଘନ କଲେ କଲେଜରୁ ବାହାର କରିଦେବାକୁ ଧମକ ଦେଇଥିଲେ ବୋଲି ଜଣାପଡ଼ିଛି । ସେହି ଦିନ ଛାତ୍ରୀ ଜଣକ କଲେଜ ନ ଯାଇ ହଷ୍ଟେଲରେ ରହିଥିଲେ । ଖାଇବା ସମୟ ହେବା ସତ୍ତ୍ଵେ ସେ ଆସି ନଥିଲେ । ହଷ୍ଟେଲ କର୍ମଚାରୀ ଡାକିବାକୁ ଯାଇ ଦେଖିଥିଲେ, ଭିତର ପଟୁ କବାଟ ବନ୍ଦ ଅଛି । ପୋଲିସ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିଲା । ସଂପୃକ୍ତ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ହଷ୍ଟେଲର ଫଟୋକୁ ନେଇ ପ୍ରଶ୍ନ ଉଠିଛି । ତାକୁ ଏଡିଟ୍ କରାଯାଇଥିବା କୁହାଯାଉଥିଲେ ମଧ୍ୟ ସବୁ ଦିଗକୁ ଦେଖି ତଦନ୍ତ କରାଯାଉଥିବା କହିଛନ୍ତି ବଲାଙ୍ଗୀର ଏସଡିପିଓ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!