ନୟାଗଡ଼,(ବାଘୁଆବାର୍ତ୍ତା): ବାବା ବାଲୁଙ୍କେଶ୍ୱର ଶିବ ମନ୍ଦିରର ରତ୍ନମୁଦ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଶୈବ ପୀଠରେ ପାଶ୍ୱର୍ ଦେବାଦେବୀଙ୍କ କାରୁକାର୍ଯ୍ୟ ଦେଖିବାକୁ ମିଳିଥିବା ବେଳେ ମନ୍ଦିରଟି ପର୍ଯ୍ୟଟକମାନଙ୍କ ମାନଙ୍କ ପାଈଁ ବେସ୍ ଆକୃଷ୍ଟ ହେବ । ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ନାଟୁଗାଁ ବାଲୁଙ୍କେଶ୍ୱର ଶିବ ମନ୍ଦିରର ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଜି ଗ୍ରାମବାସୀଙ୍କ ଓ ପୂଜାରୀଙ୍କ ତତ୍ୱବଧାନରେ ମନ୍ଦିରର ରତ୍ନମୁଦ ଉତ୍ସବ ପାଳିତ ହୋଇଯାଇଛି । ବାଲୁଙ୍କେଶ୍ୱର ଶିବ ମନ୍ଦିର ପାଇଁ ଠାକୁରଙ୍କ ସଂପତି ଓ ଗ୍ରାମବାସୀଙ୍କ ଠାରୁ ଚୁଲି ଚାନ୍ଦା କରାଯାଇ ଏବଂ ଭକ୍ତମାନଙ୍କ ଦାନ ଭାବେ ମିଳିଥିବା ଅର୍ଥ ଖର୍ଚ୍ଚ କରାଯାଇ ମନ୍ଦିର ନିର୍ମାଣ କରାଯାଉଛି । ତେବେ ପାଖାପାଖି ୪୦ଲକ୍ଷରୁ ଉର୍ଦ୍ଧ ଟଙ୍କା ବ ର୍ମାନ ସୁଦ୍ଧା ନିର୍ମାଣ କାର୍ଯ୍ୟରେ ଲାଗିଥିବା ବେଳେ ଯଥାଶୀଘ୍ର ବାଲୁଙ୍କେଶ୍ୱର ଶିବ ମନ୍ଦିର ଶେଷ ସ୍ପର୍ଶ ପାଇ ଶୁଭ ଉଦ୍ଘାଟନ କରାଯିବ ବୋଲି ଗ୍ରାମ କମିଟି ପକ୍ଷରୁ ସୂଚନା ମିଳିଛି । ନାଟୁଗାଁ ସରପ ପଦ୍ମଚରଣ ଉଦୟଭାନୁ, ଗ୍ରାମ କମିଟି ସଭାପତି ସୁର ନାୟକ, ସମାଜସେବୀ ଭଗବାନ ଜେନା, ଯୁବ ସଂଗଠକ ବିନୋଦ ନାୟକ, ସମାଜସେବୀ ପ୍ରଭାକର ନାୟକ, ଦିଲ୍ଲୀପ୍ ନାୟକ ଓ ମନ୍ଦିରର ପୂଜକ ବସନ୍ତ ରଥଶର୍ମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ଜଣାପଡିଛି । ତେବେ ଆଜିର ଏହି ଠାକୁରଙ୍କ ରତ୍ନମୁଦ ଉତ୍ସବରେ ସାଲୁଣି, ସୁବଳୟା ନାଟୁଗାଁର ମହିଳା ଓ ପୁରୁଷ ଭାଗବତ କାର୍ଯ୍ୟ ପରିବେଷଣ କରାଯାଇଛି ।





