Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀ ହତ୍ୟା ପଛରେ ସ୍ବାମୀର ହାତ, ୪ ଜଣ ଅଟକ

by ସଞ୍ଜୟ ସ୍ୱାଇଁ
December 13, 2024
in Crime, State
ସ୍ତ୍ରୀ ହତ୍ୟା ପଛରେ ସ୍ବାମୀର ହାତ, ୪ ଜଣ ଅଟକ
119
VIEWS
Share on FacebookShare on Twitter

ବଣାଇ, (ବାଘୁଆବାର୍ତ୍ତା): ସୁନ୍ଦରଗଡ ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସବୁଠୁ ବଡ କଥା ହେଉଛି ହତ୍ୟାରେ ସ୍ବାମୀ ଦେବେନ ବେହେରାଙ୍କ ସଂପୃକ୍ତିକୁ ସନ୍ଦେହ କରୁଛି ପୋଲିସ । ଦେବେନଙ୍କ ସହ ଜଣେ ପୋଲିସ କର୍ମଚାରୀ ଓ ଗାଁର ୨ ଜଣ ଯୁବକଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଚଳାଇଛି ପୋଲିସ । ଗୁରୁବାର ବିଳମ୍ବିତ ରାତିର ଘଟଣା । ବଣାଇ ଟିକାୟତପାଲି ଥାନା ଝାଡିପାଲି ଗାଁର ସୌମ୍ୟାମୟୀ ବେହେରାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ରାତିରେ କବାଟ ବାଡେଇଥିଲେ ୨ ଦୁର୍ବୃତ୍ତ । କେହି ଚିହ୍ନା ଲୋକ ଭାବି କବାଟ ଖୋଲିଥିଲେ ସୌମ୍ୟା । ତେବେ କବାଟ ଖୋଲିବା ମାତ୍ରେ ୨ ଜଣ ତାଙ୍କ ବେକରୁ ସୁନା ଚେନ ଟାଣିବାକୁ ଉଦ୍ୟମ କରିଥିଲେ । ତେବେ ସୌମ୍ୟା ପାଟିକରିବାରୁ ଧରାପଡିଯିବା ଭୟରେ ଛାତିକୁ ଗୁଳି କରି ଫେରାର ହୋଇଯାଇଥିଲେ ଲୁଟେରା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୌମ୍ୟ ୭ ମାସର ଗର୍ଭବତୀ ଥିଲେ । ଝିର୍ଡାପାଲି ଗାଁର ଏହି ହତ୍ୟାକାଣ୍ଡକୁ ନେଇ ଏବେ ଠିଆ ହୋଇଛି ଅନେକ ପ୍ରଶ୍ନ । ସୁନା ଚେନ୍‌ ଲୁଟ୍‌ ପାଇଁ ୭ମାସର ଗର୍ଭବତୀ ଥିବା ସୌମ୍ୟାଙ୍କୁ ଫାୟାରିଂ କରାଯାଇଛି ନା ଏହା ସୁପରିକଳ୍ପିତ ହତ୍ୟା । ଯଦି ହତ୍ୟା କରାଯାଇଛି କିଏ ଓ କେଉଁ ଉଦ୍ଦେଶ୍ୟରେ କରିବ ? ଘରେ ସ୍ବାମୀଙ୍କ ସହ ଅନ୍ୟ ସଦସ୍ୟ ଥାଇ ସୌମ୍ୟ କାହିଁକି ଏତେ ରାତିରେ କବାଟ ଖୋଲିବାକୁ ଗଲେ ? ପ୍ରକୃତରେ ସୌମ୍ୟା ଏକା ଯାଇଥିଲେ ନା ତାଙ୍କୁ କିଏ କବାଟ ଖୋଲିବାକୁ ବାଧ୍ୟ କରିଥିଲା ? ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତନାଘନା କରୁଛନ୍ତି ରାଉରକେଲା ଏସ୍‌ପି । ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ସୌମ୍ୟାମୟୀଙ୍କ ମୃତ୍ୟୁ ରହସ୍ୟ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!