ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଦେଶୀ ମଦ ଭାଟି ଉପରେ ପୁଲିସର ବଡ଼ ଧରଣର ଚଢ଼ାଉ , ୫୦ରୁ ଅଧିକ ମଦ ଭାଟି ଉପରେ ଚଢ଼ାଉ। ଆଦିବାସୀ ଅଂଚଳରେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିରେ ପଶି ମଦ ଭାଟି ଭାଙ୍ଗିଛି ପୁଲିସ । ୮ ପ୍ଲାଟୁନରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି । ଏହାସହ ଦୁଇ ଜଣ ମାଜିଷ୍ଟ୍ରେଟ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଦେଶୀ ମଦ ଭଙ୍ଗା ଉପରେ ବଡ଼ ଅଭିଯାନ ଚାଲିଛି ।





