ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକମାନଙ୍କୁ ସରକାରଙ୍କ ନିକଟରେ ସଂପତ୍ତି ତାଲିକା ଦାଖଲ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସଂପାଦକମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ସଂପତ୍ତି ତାଲିକାର ସଦ୍ୟତମ ସ୍ଥିତି ସଂପର୍କରେ ଏକ ରିପୋର୍ଟ ପଠାଇବା ପାଇଁ ସମସ୍ତ ଡିଭିଜନ୍ର ଡିଆର୍ସିଏସ୍ ଏବଂ ସମସ୍ତ ସର୍କଲର ଏଆର୍ସିଏସ୍ମାନଙ୍କୁ କୁହାଯାଇଛି । ନିବନ୍ଧକ, ସମବାୟ ସମିତି ସମୂହଙ୍କ ପକ୍ଷରୁ ଏହି ମର୍ମରେ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟି ଏବଂ ସର୍କଲର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟିଙ୍କୁ ପତ୍ର ଲେଖାଯାଇଛି । ଯେଉଁମାନେ ସଂପତ୍ତି ବିବରଣୀ ଦେଇଛନ୍ତି ଏବଂ ଯେଉଁମାନେ ଅଦ୍ୟାବଧି ଦେଇ ନାହାନ୍ତି, ତା’ର ତାଲିକା ନିର୍ଦ୍ଦିଷ୍ଟ ଫରମାଟ୍ରେ ପ୍ରସ୍ତୁତ କରି ତୁରନ୍ତ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।





