ନୟାଗଡ଼, (ବାଘୁଆବାର୍ତ୍ତା): ଓଡିଶା ର୍ ଇଷ୍ଟ ଦେବତା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ର୍ ୨୦୨୫ ର୍ ରଥ ଯାତ୍ରା ପାଇଁ ଶ୍ରି ମନ୍ଦିର ତରଫରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥି ପାଇଁ ରଥ ଯାତ୍ରା ପାଇଁ ରଥ କାଠ ପ୍ରଥମ ଆବଶ୍ୟକ ତେଣୁ ଏଥିନିମନ୍ତେ ରଥ କାଠ ପାଇଁ ନିଦ୍ଧିଷ୍ଟ ଫାଶି, ଅସନ, ପିଆଶାଳ, ଛ ତିଆନ, ଧଉରା, ପ୍ରଭୁତି ଗଛ ଆବଶ୍ୟକ ହୋଇଥାଏ, ତେଣୁ ପରମ୍ପରା ଅନୁସାରେ ରଥ କାଠ ର୍ ଗଛ ଚିହ୍ନଟ କରି କାଟିବା ପୂର୍ବରୁ ପ୍ରଥମେ ପ୍ରଥମେ ଦସପଲା ବନାଞ୍ଚଳ ଅନ୍ତର୍ଗତ ଗଣିଆ ବ୍ଲକ୍ ଅନ୍ତର୍ଗତ ସାତକୋସିଆ ବଡ ମୂଳ ନିକଟ ଖଳଖାଲl ନାଲ କୂଳରେ ଅବସ୍ତିତ ମାଆ ବଡ ରାଉଳ ଙ୍କ ନିକଟକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜଗନ୍ନାଥ ଙ୍କ ର୍ ମାଳ, ପତାକା, ମହାପ୍ରସାଦ, 3 ଜଣୀଆ ଧରି ବନ ବିଭାଗ ସହାୟତାରେ ଆସି ପିଠରେ ପୂଜା କରାଯିବ । ତେଣୁ ୨୦୨୫ ଘୋଷ ଯାତ୍ରା ରଥ କାଠ ପାଇଁ ଚଳିତ ମାସ ୧୭ ତାରିଖ ଦିନ ମା ଙ୍କ ପାଖରେ ପୂଜା ହେବା ପାଇଁ ଶ୍ରି ମନ୍ଦିର ତରଫରୁ ଯେଉଁ ସେବକ ପ୍ରତିନିଧି ପାଇଁ ଆସିବେ ସେମାନଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜଗନ୍ନାଥ ଦଳ ତରଫରୁ ଏକ୍ ପ୍ରସ୍ତୁତି ବୈଠକ ଆର ସି କଲେଜ ସଭାଗୃହରେ ଦଳ ର୍ ମାର୍ଗ ଦର୍ଶକ ସନ୍ଥ ସେବକ ଭକ୍ତ ପ୍ରଭୁଜୀ ଲଲିତ ନାରାୟଣ ଦାସ ଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ କରେ ଗଣିଆ ବ୍ଳକ ବିଶ୍ୱହିନ୍ଦୁ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ପାଦକ ଡ, ମଳୟ କୁମାର ପଣ୍ଡା, କୋଷାଧକ୍ଷ ସୁଧାକର ରାଉତ, କଲେଜ ଉପାଦକ୍ଷ ଉମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନାମ ସଙ୍କୀର୍ତ୍ତନ କରି ପ୍ରତିନିଧି ଦଳ ଙ୍କୁ ସ୍ୱାଗତ୍ କରିବା ପାଇଁ ନିଷ୍ପତି ହୋଇଥିଲା । ସକାଳ 8 ଟା ସମୟରୁ ଦିନ 2ଟା ପର୍ଯନ୍ତ ପୂଜା ହୋମ ଓ ନାମ ସଙ୍କୀର୍ତ୍ତନ ଚାଲିବ ବୋଲି ଜଣାପଡିଛି ।






