ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ର ବଜେଟ ଆଜି ଉପସ୍ଥାପିତ ହେବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିବା ନେଇ ଜଣାପଡିଛି । ଚଳିତମାସ ଆରମ୍ଭରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ହୋଇଥିବା କେନ୍ଦ୍ରୀୟ ବଜେଟକୁ କେନ୍ଦ୍ରମନ୍ତ୍ରୀ ଅର୍ଥମନ୍ତ୍ରୀ ଘୋଷଣାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । କରୋନା ପରବ ର୍ୀ ପରିଦୃଶ୍ୟରେ ଏହା ଚଳିତ ବର୍ଷର ପ୍ରଥମ ଅଧିବେଶନ । ତେଣୁ ଏହି ଅଧିବେଶନରେ କେନ୍ଦ୍ର ବଜେଟ୍ରେ କିଛି ନୂଆ ଚ୍ୟାଲେଞ୍ଜ ରହିଛି । କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟର ଅଂଶଧନ, ପ ଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ରାଜ୍ୟର ଅଂଶଧନ ଆଗାମୀ ୫ବର୍ଷ ପାଇଁ ୪.୬୨୯%ରୁ ୪.୫୨୮ %କୁ ହ୍ରାସ ପାଇବ । ଏହା ରାଜ୍ୟ ଅର୍ଥନୀତିରେ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଥିବା ବେଳେ ଏହି ବଜେଟରେ କେତେକ ସକରାତ୍ମକ ଦିଗ ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନର୍ମଳା ସିତାରମଣଙ୍କ ସାହାସିକତା ସହିତ ନିଷ୍ପ ି ନେଇଛନ୍ତି । ଆତ୍ମନିର୍ଭଶୀଳ ଭାରତ ପାଇଁ ମଧ୍ୟମ ଓ ଦୀର୍ଘକାଳୀନ ଦୃଷ୍ଟି ଭଙ୍ଗୀ ରହିଛି । ତତ୍ସହିତ ଅଭିବୃଦ୍ଧି ପାଇଁ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ବିକାଶ ମୂଳକ ଆର୍ଥିକ ପ୍ରତିଷ୍ଠାନର ପୁନଃପ୍ରଚଳନ, କୋଭିଡ୍-୧୯ ଟିକା ପାଇଁ ଅର୍ଥ ଆବଣ୍ଟନ, ଶିଳ୍ପ ଓ ନିର୍ଦ୍ଦିଷ୍ଟ କ୍ଷେତ୍ର ଭିତିକରେ ହସ୍ତକ୍ଷେପ ପ୍ରସ୍ତାବ ସହିତ ସମାନୁପାତିକ ଆବଣ୍ଟନରେ ଆଶା କରାଯାଇଛି ।





