ଭୁବନେଶ୍ୱର,(ବାଘୁଆବାର୍ତ୍ତା) : ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ସୈନିକ ସ୍ୱୁଲ୍ର ୬୦ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସୈନିକ ସ୍କୁଲ୍ର ପ୍ରିନ୍ସିପାଲ୍ ଏସ୍.ଡ଼ୋମିନିକ୍ ରେୟାନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଉତ୍ସବରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା, ଭାଇସ୍ ପ୍ରିନ୍ସିପାଲ୍ ଉଷା ସାଙ୍ଗୱାନ୍, ସ୍କୁଲ୍ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ସମସ୍ତ କର୍ମଚାରୀ ଏବଂ ଭର୍ଚ୍ୟୁଆଲ୍ ମାଧ୍ୟମରେ ଉପସ୍ଥିତ ଥିବା ସମସ୍ତ କ୍ୟାଡ଼େଟ୍ମାନଙ୍କୁ ପ୍ରିନ୍ସିପାଲ୍ ବିଜୁ ବାବୁଙ୍କର କଠିନ ପରିଶ୍ରମ, ସାହାସିକତା ଓ ଦେଶଭକ୍ତି ଆଦି ମହାନ୍ ଗୁଣକୁ ଅନୁସରଣ କରିବାକୁ ଉଦ୍ବୋଧନ ଦେଇଥିଲେ । ଇଂରାଜୀ ବିଭାଗର ଶିକ୍ଷକ ଶ୍ରୀଯୁକ୍ତ ଦେବାନନ୍ଦ ଗୋଲାନୀ ମଧ୍ୟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜୀବନୀ ଓ ଦେଶମାତୃକା ପାଇଁ ଥିବା ଅବଦାନର ସ୍ମୃତିଚାରଣ କରିଥିଲେ । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ କ୍ୟାଡ଼େଟ୍ମାନଙ୍କ ମଧ୍ୟରେ ଅଭିନନ୍ଦନ କାର୍ଡ଼ ପ୍ରସ୍ତୁତି, ଚିତ୍ରାଙ୍କନ, ଇଂରାଜୀ ପ୍ରବନ୍ଧ ଲିଖନ, ହିନ୍ଦୀ ଓ ଇଂରାଜୀ କବିତା ଆବୃତି ଆଦି ପ୍ରତିଯୋଗୀତା ଅନ୍ଲାଇନ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବଟିକୁ ଶ୍ରୀଯୁକ୍ତ ବିକାଶ ଦେବତା ବେଶ୍ ସୁଚାର ରୂପେ ପରିଚାଳନା କରିଥିଲେ ।





