Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଳୁଥିଲା ଗୋଟିଏ ଜୁଇ, ମାଲ ଭାଇ ଆଉ ଜଣକୁ ମାରି ନିଆଁକୁ ଫିଙ୍ଗିଦେଲେ

by ସଞ୍ଜୟ ସ୍ୱାଇଁ
December 9, 2024
in Crime, State
ଜଳୁଥିଲା ଗୋଟିଏ ଜୁଇ, ମାଲ ଭାଇ ଆଉ ଜଣକୁ ମାରି ନିଆଁକୁ ଫିଙ୍ଗିଦେଲେ
300
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଶୀତୁଆ ସଞ୍ଜ। ଚାରିଆଡେ ଅନ୍ଧକାର ରାଜୁତି କରୁଥିଲା। କୁକୁର ପଲ ଗାଁ ମୁଣ୍ଡରେ ରାହା ଧରି ବୋବାଉଥିଲା। ଗାଁ ଶ୍ମଶାନରେ ଜଳୁଥିଲା ଜୁଇ। ଦୁଃଖରେ ଭିଜିଥିଲା ପୂରା ପରିବାର। ତାହାରି ଭିତରେ ପ୍ରତିଶୋଧର ନିଆଁରେ ଜଳୁଥିବା ମାଲ୍‌ ଭାଇମାନେ ଆଉ ଜଣଙ୍କୁ ହତ୍ୟା କରି ସେହି ଜୁଇକୁ ଫିଙ୍ଗି ଦେଲେ। ଚାହୁଁଚାହୁଁ ଆଖି ପିଛୁଳାକେ ଗୋଟିଏ ଜୁଇରେ ହୁତୁହୁତ ହୋଇ ଜଳିଗଲା ଦୁଇ ଜଣଙ୍କ ମୃତଦେହ। ଏପରି ବୀଭତ୍ସ ହତ୍ୟାକାଣ୍ଡ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅଞ୍ଚଳରେ ଘଟିଛି। ବନ୍ଧୁଗାଁ ଥାନା ଝାରପା ଗାଁର ଦାଶ ମିନ୍ୟାକା ଦୀର୍ଘ ଦିନ ଦରି ଅସୁସ୍ଥ ଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିଲା। ଦାଶଙ୍କ ମୃତ୍ୟୁକୁ ପରିବାର ଲୋକ ଓ ଗାଁ ଲୋକେ ସହଜରେ ଗ୍ରହଣ କରିପାରିନଥିଲେ। ଏଥିପାଇଁ ଗାଁର ଶିବ ମିନ୍ୟାକାଙ୍କୁ ସନ୍ଦେହ କରିଥିଲେ। ଶିବ ଗୁଣିଗାରେଡି କରିଥିବାରୁ ଦାଶଙ୍କୁ ମୃତ୍ୟୁ କରିଥିବା ଅଭିଯୋଗ ହୋଇଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ସନ୍ଧ୍ୟା ବେଳେ ଦାଶଙ୍କ ମୃତଦେହ ଉଠିଥିଲା। ଗାଁର ମାଲ ଭାଇମାନେ ଦାଶଙ୍କ ମୃତଦେହ ଶ୍ମଶାନକୁ ନେଇ ଯାଇଥିଲେ। ଆଦିବାସୀ ରୀତିନୀତିରେ ଦାଶଙ୍କ ଜୁଇରେ ଲାଗିଥିଲା ନିଆଁ। ଆଖି ସାମ୍ନାରେ ହୁତୁହୁତ ହୋଇ ଜଳିଲା ଦାଶଙ୍କ ଜୁଇ। ଠିକ୍‌ ସେତିକି ବେଳେ ମାଲ ଭାଇମାନେ ଶିବଙ୍କୁ ଡାକି ଆଣିଥିଲେ। ଜୁଇ ସାମ୍ନାରେ ଶିବଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତଦେହ ଦାଶଙ୍କ ଜୁଇରେ ପକାଇ କାଠ ଲଦି ଦେଇଥିଲେ। ରାତିର ଅନ୍ଧକାର ଭିତରେ ଚାହୁଁଚାହୁଁ ଗୋଟିଏ ଜୁଇରେ ଜଳିଗଲେ ଦାଶ ଓ ଶିବଙ୍କ ମୃତଦେହ। ଆଉ ପାଉଁଶ ହୋଇଗଲା ଦୁଇ ପରିବାର ଭିତରେ ଥିବା ରାଗ ଓ ତୀକ୍ତତା। କ୍ଷଣକ ଭିତରେ ଲିଭିଯାଇଥିଲା ଗାଁ ଲୋକଙ୍କ ମନରେ ଉଠିଥିଲା ଅଶାନ୍ତିର ସୁନାମୀ। ବିଳମ୍ୱିତ ରାତିରେ ମାଲ ଭାଇମାନେ ଘରକୁ ଫେରିଥିଲେ। ଶିବଙ୍କ ପରିବାର ଲୋକଙ୍କୁ ଦେଇଥିଲେ ଧମକ। ଘଟଣା ସମ୍ପର୍କରେ ପୁଲିସ୍‌କୁ କହିଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ପରିବାର ଲୋକ କାହା ପାଖରେ ମୁହଁ ଖୋଲିନଥିଲେ। ଚୁପ୍‌ଚାପ ନିଜ କୁଡ଼ିଆ ଭିତରେ ଜୀବନ ଅତିବାହିତ କରୁଥିଲେ। ସବୁଦିନ ପରି ଆଜି ସକାଳେ ସୂର୍ଯ୍ୟଙ୍କ ପହିଲି କିରଣ ପଡ଼ିଥିଲା ଘାସ ଉପରେ। ପୁଣି ଥରେ ଚଳଚଞ୍ଚଳ ହୋଇଥିଲା ଝାରପା ଗାଁ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଚୁପ୍‌ଚାପ୍‌ ଥିଲା ଶିବଙ୍କ କୁଡିଆ। କେହି କିଛି ଜାଣିବା ଆଗରୁ ଗାଁରେ ପହଞ୍ଚିଥିଲା ବନ୍ଧୁଗାଁ ପୁଲିସ୍‌। ଆଉ ସାଥୀରେ ଆସିଥିଲେ ସାଇଣ୍ଟିଫିକ୍‌ ଟିମ୍‌। ଶିବଙ୍କୁ କିଏ ହତ୍ୟା କଲା? କାହିଁକି ହତ୍ୟା କରାଗଲା? କେଉଁ ସ୍ଥାନରେ ତାକୁ ପୋଡ଼ି ଦିଆଗଲା? ଏମିତି କେତେକଣ ପ୍ରଶ୍ନ ଗାଁ ଲୋକଙ୍କୁ ପଚାରିଥିଲା ପୁଲିସ୍‌। ଭୟରେ ଲୋକମାନେ ଚୁପ୍‌ ରହିଥିଲେ। ହେଲେ କେତେ ସମୟ ଧରି ଚୁପ୍‌ ରହିବେ? ପୁଲିସ୍‌ର ନାଲି ଆଖି ପରେ ଜଣେ ପରେ ମୁହଁ ଖୋଲିଥିଲେ। ଆଉ ହତ୍ୟାର ପୂରା କାହାଣୀ ବର୍ଣ୍ଣନା କରିଥିଲେ। ତା’ପରେ ଫିଟିଥିଲା ଶିବ ହତ୍ୟାର ଗୁମର। ଏହି ମାମଲାରେ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖିଛି। ହତ୍ୟାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପୁଲିସ୍‌ ପାଇଁ ଉଦ୍ୟମ ଚଳାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରିନାହିଁ। ଅନ୍ୟପକ୍ଷରେ ଗାଁ ଶ୍ମଶାନରୁ ସାଇଣ୍ଟିଫିକ୍‌ ଟିମ୍‌ ହାଡ ଓ ପାଉଁଶ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!