Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବସର କାଳୀନ ସମ୍ବର୍ଦ୍ଧନା ସଭା

by ସଞ୍ଜୟ ସ୍ୱାଇଁ
February 1, 2021
in Feature News
ଅବସର କାଳୀନ ସମ୍ବର୍ଦ୍ଧନା ସଭା
338
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା) : ଓଡ଼ଗାଁ ବ୍ଳକର ସୁନାମୁହିଁ ଆଞ୍ଚଳିକ ସାଧନ କେନ୍ଦ୍ର ଲଣ୍ଡାବାଦୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସାଧୁସଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଓଡ଼ଗାଁ ମଣ୍ଡଳ ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରୋଭିଜିନାଲ୍ ପେନସନ୍ ପେପର୍ ଶ୍ରୀ ସାହୁ ଙ୍କୁ ପ୍ରଦାନ କରିଥିଲେ ଏବଂ ଭବିଷ୍ୟତ ଜୀବନ ସୁଖମୟ ହେଉ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ। ସୁନାମୁହିଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବିନ୍ଦ୍ର କୁମାର ଘଡେ଼ଇ ମୁଖ୍ୟ ବକ୍ତା ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ବିଶୋୟୀ, ବର୍ତ୍ତମାନ ର ସରପଞ୍ଚ ମାନସ ରଞ୍ଜନ ସାହୁ,କୁରାଳ ସର୍କଲ ର ସଭାପତି ମନୋଜ କୁମାର ନାୟକ, ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ର ସହସମ୍ପାଦକ ରଞ୍ଜନ କୁମାର ଦାଶ, ବ୍ଳକ୍ ସମନ୍ୱୟ ଶିକ୍ଷକ ସଂଘ ତରଫରୁ ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ, ସନ୍ତୋଷ କୁମାର ସାହୁ (କୁରାଳ), ଚିତ୍ତରଞ୍ଜନ ମିଶ୍ର (ଗୈାଡ଼ପୁଟ) ତ୍ରିଲୋଚନ ସାମନ୍ତରାୟ (ଓଡ଼ଗାଁ) ଚିତ୍ତରଞ୍ଜନ ମିଶ୍ର (ବାଉଁଶଗାଡ଼ିଆ) କ୍ଳଷ୍ଟର ର ସାଧନ କେନ୍ଦ୍ର ସଂଯୋଜକ ସମାନ୍ନିତ ଅତିଥି ରୂପେ ଯୋଗଦେଇଥିଲେ। କ୍ଳଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଲଣ୍ଡାବାଦୁ ଗ୍ରାମ ର ଜନସାଧାରଣ, ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଭ୍ୟ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସଭିଏଁ ଶ୍ରୀ ସାହୁ ଙ୍କ ବିଗତ ଦିନର କାର୍ଯ୍ୟ କୁ ନେଇ ଗୁଣଗାନ କରିଥିଲେ। ସମସ୍ତ ଙ୍କ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ଉପଢୌକନ,ଗୀତା ଏବଂ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। ଶିକ୍ଷକ ଶରତ ବସନ୍ତରା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସହଶିକ୍ଷକ ଦିଲ୍ଲିପ କୁମାର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ଜଗନ୍ନାଥ ମିଶ୍ର ଏବଂ ବିଦ୍ୟାଧର ପ୍ରଧାନ ସମସ୍ତ କାର୍ଯ୍ୟ ର ସୁପରିଚାଳନା କରିଥିଲେ। ପରିଶେଷରେ ଖୋଳ କିର୍ତ୍ତନ ବଜାଇ ଗ୍ରାମବାସୀଙ୍କ ତରଫରୁ ଶୋଭାଯାତ୍ରା ସହିତ ଶ୍ରୀ ସାହୁଙ୍କୁ ଗ୍ରାମ ପରିକ୍ରମା କରାଇ ସମ୍ମାନ ର ସହିତ ବାସଭବନରେ ଛାଡ଼ି ଆସିଥିଲେ। ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!