ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥର ପେପରଲେସ୍ ବା କାଗଜବିହୀନ ବଜେଟ୍ ଉପସ୍ଥାପନ କରାଯିବ। ପୂର୍ବାହ୍ନ ୧୧ରେ ବଜେଟ୍ ଉପସ୍ଥାପନ କରାଯିବ। ଏହା ପ୍ରଥମ ବଜେଟ୍ ହୋଇଥିବାରୁ ଅନେକ ରିହାତି ମିଳିପାରେ ବୋଲି ସମାଜର ବିଭିନ୍ନ ବର୍ଗ ଅନାଇ ବସିଛନ୍ତି। ବ୍ୟକ୍ତିଗତ ଆୟକରରେ ରିହାତି ମିଳିବ ବୋଲି ମଧ୍ୟବିତ୍ତ ବର୍ଗ ଓ ବେତନଭୋଗୀମାନଙ୍କର ଆଶା ରହିଛି। ମହାମାରୀ ସମୟରେ ଅନେକ ଲୋକ ଜୀବିକା ହରାଇଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ନେଇ କିଛି ନୂଆ ଯୋଜନା କିମ୍ବା ସ୍କିମ୍ ଘୋଷଣା ହେବାର ସମ୍ଭାବନା ରହିଛି। ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା ଆଶା କରାଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରାମୀଣ ବିକାଶ ପାଇଁ ବ୍ୟୟବରାଦ ବଢ଼ିବାର ସମ୍ଭାବନା ରହିଛି। କିନ୍ତୁ ବଜେଟରେ ସେମାନଙ୍କର ଆଶା କେତେ ଦୂର ପୂରଣ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି। ଯଦି ବଜେଟ୍ରେ ସେଭଳି କିଛି ଘୋଷଣା କରାଯିବ ତେବେ ରାଜ୍ୟଗୁଡ଼ିକ ତାହାର ପ୍ରତିବାଦ କରିବେ ବୋଲି ଜଣାପଡ଼ିଛି।





