ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଭିଭିଆଇପି ହେଲିକପ୍ଟର କିଣାରେ ମହାଦୁର୍ନୀତି ମାମଲାରେ ଇଣ୍ଡିଆ ଗେଟ୍ ବାସୁମତି ରାଇସ୍ର ମାଲିକଙ୍କୁ ଗିରଫ୍ କରିଛି ପୁଲିସ । ସାଢେ ୩ କୋଟିରୁ ଉର୍ଦ୍ଧ ଟଙ୍କାର ଏହି ମହାଦୁର୍ନୀତିରେ ପ୍ରବ ର୍ନ ଶିର୍ଦ୍ଦେଶାଳୟ ଇଣ୍ଡିଆ ଗେଟ ବାସୁମତି ରାଇସ୍ କେ.ଆର.ବି.ପି ଲିମିଟେଡ୍ର ସଂଯୁକ୍ତ ପ୍ରବନ୍ଧ ନିର୍ଦ୍ଦେଶକ ଅନୁପ କୁମାରଙ୍କୁ ଇଡି ଉଠାଇ ନେଇଥିବା ଜଣାପଡିଛି । ସୂଚନାନୁସାରେ, କଳା ଧନକୁ ଧଳା କରିବା ପାଇଁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ହୋଇଥିବା ଅଭିଯୋଗରେ ମନିଲଣ୍ଡରିଂ ଅଧରନିୟମ ଅନୁସାରେ ଇଣ୍ଡିଆ ଗୋଟ୍ ବାସୁମତି ରାଇସ୍ର ମାଲିକ ଅନୁପ କୁମାରଙ୍କୁ ଗିରଫ୍ କରାଯାଇଛି । ଇଡି ଅନୁପଙ୍କ ବାସଭବନ ଯା ବେଳେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ତେଣୁ ଅନୁପ କୁମାରଙ୍କୁ ଗିରଫ କରି ତାଙ୍କୁ ସ୍ୱତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ୫ଦିନ ପାଇଁ ଇଡି ହେପାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି ।





