Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହସ୍ତତନ୍ତ ମେଳାରେ ଜମୁଛି ଭିଡ଼

by ସଞ୍ଜୟ ସ୍ୱାଇଁ
January 31, 2021
in Lifestyle
ହସ୍ତତନ୍ତ ମେଳାରେ ଜମୁଛି ଭିଡ଼
132
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ଜାତୀୟ ହସ୍ତତନ୍ତ ମେଳାର ଦ୍ୱାଦଶ ଦିବସ । ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଭିଡ଼ ଜମିବାରେ ଲାଗିଛି । ସାଧାରଣତନ୍ତ୍ର ଦିବସ, ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ମେଳାରେ ଗ୍ରାହକଙ୍କ ଭିଡ଼ ଜମିବା ସହିତ ଜିନିଷକୁ ବାଛି କିଣିବାର ଭଲ ସୁଯୋଗ ସୃଷ୍ଟି କରିଛି । ଜାନୁଆରୀ ୨୦ ତାରିଖଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ମେଳାରେ ପ୍ରାୟ ତିନିକୋଟି ଟଙ୍କାର ବ୍ୟବସାୟ ହୋଇଛି । କେବଳ ‘ବୟନିକା’ ଷ୍ଟଲରେ ୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ହୋଇଛି । ‘ବୟନିକା’ ବ୍ୟତୀତ ଆନ୍ଧ୍ରପ୍ରଦେଶର ‘ଆପ୍‌କୋ’ ତାମିଲନାଡ଼ୁର ‘କୋପ୍‌ଟେକ୍ସ’, ମଧ୍ୟପ୍ରଦେଶର ‘ମୃଗନୟନୀ’, ଜାମ୍ମୁ-କାଶ୍ମୀରର ‘କାସ୍‌ଫାବ୍‌’, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ହରିୟାନାର ହସ୍ତତନ୍ତ ସମିତି ଓ ଅନୁଷ୍ଠାନଗୁଡ଼ିକ ଭଲବ୍ୟବସାୟ କରିଥିବାରୁ ସେମାନେ ଅତ୍ୟନ୍ତ ଖୁସି ଜାହିର କରିଥିଲେ । ଫେବୃଆରୀ ଅର୍ଥାତ୍‌ ମାଘ ମାସ ବିବାହ ଋତୁ ଥିବାରୁ ଆଗାମୀ ୧୭ ଦନି ରେ ମେଳାରେ ଭ ଲ ବିକି୍ର ହେବ ବୋଲି ସମସ୍ତ ଅଂଶଗ୍ରହ ଣକାରୀ ସଂସ୍ଥା ବହୁ ଆଶାବାଦୀ । ହସ୍ତତନ୍ତ ଗ୍ରାହକଙ୍କ ମଧ୍ୟରେ ଜାତୀୟ ହସ୍ତତନ୍ତ ମେଳା ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଛି । ଏହି ଜାତୀୟ ସ୍ତରୀୟ ମେଳାରେ ୧୬ଟି ରାଜ୍ୟର ସମସ୍ତ ପ୍ରକାରର ବସ୍ତ୍ର ଉପଲବ୍ଧ । ରୁମାଲଠାରୁ ଆରମ୍ଭ କରି ସିଲକ୍‌ର ଅତି ମୂଲ୍ୟବାନ ଶାଢ଼ି ଏଠାରେ ମିଳୁଛି । ଗ୍ରାହକମାନେ ନିଜ ନିଜର ଆବଶ୍ୟକତା ଅନୁଯାୟୀ ଘର ପାଇଁ ନିତ୍ୟ ଉପଯୋଗୀ ଜିନିଷ ଏଠାରେ ପାଇପାରୁଛନ୍ତି । ଆଗାମୀ ୧୭ ଦିନରେ ମେଳାରେ ଆହୁରି ଭଲ ବ୍ୟବସାୟ ହେବ ଓ ଅଂଶଗ୍ରହଣକାରୀ ସଂସ୍ଥାମାନେ ନିଜର ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ଆଉ ମଧ୍ୟ ବୁଣାକାରମାନଙ୍କ ଜୀବନଜୀବିକାର ପାଥେୟ ହୋଇପାରିବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!