ନୟାଗଡ଼, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଘଟଣା । ୪ ଜଣ ଆକ୍ରମଣର ଶିକାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶିଶୁଳା ପଲେଇ । ନୟାଗଡ଼ ଚଣ୍ଡୀବସ୍ତ ଗାଁରେ ଘଟଣା ଘଟିଛି । ଅଭିଯୋଗ ଅନୁସାରେ, ଗତ ନଭେମ୍ବର ମାସ ୧୧ ତାରିଖ ବିଳମ୍ବିତ ରାତିରେ ନୟାଗଡ଼ ଚଣ୍ଡୀବସ୍ତ ଗାଁରେ ପାରିବାରିକ କଳହ । ଗାଁରେ ଗୋଟିଏ ପରିବାରର ୪ ଜଣଙ୍କୁ ଅନ୍ୟ ଏକ ପରିବାରର ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଟଙ୍କା ନେଣଦେଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା । ଏହି ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଗୁରୁତର ହେବାରୁ ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଗତକାଲି ୭୫ ବର୍ଷିୟା ମହିଳା ଶିଶୁଳା ପଲେଇଙ୍କର ମୃତ୍ୟୁ ଘଟିଛି ।





