Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଡିପଲ୍ଲୀ ମୁଖ୍ୟ ଛକରୁ ଲକ୍ଷାଧିକ ମୁଲ୍ୟର ଶାଳଗଣ୍ଡି ଓ ସାଇଜ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
December 4, 2024
in Crime, Nayagarh, State
ଗୋଡିପଲ୍ଲୀ ମୁଖ୍ୟ ଛକରୁ ଲକ୍ଷାଧିକ ମୁଲ୍ୟର ଶାଳଗଣ୍ଡି ଓ ସାଇଜ ଜବତ, ଜଣେ ଗିରଫ
402
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଭୁବନେଶ୍ୱର-ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ ଅନ୍ତର୍ଗତ ରଙ୍ଗଣୀପାଟଣା ଗୋଡିପଲ୍ଲୀ ଗ୍ରାମ ମୁଖ୍ୟ ଛକରୁ ଓଡ଼ଗାଁ ବନବିଭାଗ ଲକ୍ଷାଧିକ ମୁଲ୍ୟର ଶାଳ ଗଣ୍ଡି ଓ ସାଇଜ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ କୋରପିଠା ଗ୍ରାମ ନୂଆସାହିର ପବିତ୍ର ସେଠୀ (୨୬) ବୋଲି ଜଣାପଡିଛି ଓ ବନବିଭାଗ ଚୋରା ଚାଲାଣରେ ବ୍ୟବହୃତ ଏକ ଧଳା ରଙ୍ଗର ବୋଲେରୋ ପିକଅପକୁ ମଧ୍ୟ ଜବତ କରିଛି।ସୂଚନା ଅନୁଯାୟୀ ଆଜି ସକାଳ ୧୦ ଘଟିକା ୩୦ ମିନିଟ ସମୟରେ ଓଡ଼ି୦୨ସିଜେ୬୮୬୨ ନଂ ବିଶିଷ୍ଟ ଏକ ପିକଅପ ମାଧ୍ୟମରେ ଶାଳ କାଠ ଚୋରାଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ବନପାଳ ସରିତା ବରାଳ,ଫରେଷ୍ଟଗାର୍ଡ ସୌମ୍ୟରଞ୍ଜନ ଦଳେଇ, ଉଦ୍ଧବ ପ୍ରଧାନ ପ୍ରମୁଖ ୨୧ ନଂ ରାଜ୍ୟ ରାଜପଥ ଅନ୍ତର୍ଗତ ରଙ୍ଗଣୀପାଟଣା ଠାରୁ ପିଛା କରି ଗୋଡିପଲ୍ଲୀ ମୁଖ୍ୟଛକ ଠାରେ ଅଟକାଇବାରେ ସଫଳ ହୋଇଥିଲେ।ବନବିଭାଗର ଗାଡିକୁ ଦେଖି ଅଭିଯୁକ୍ତ ନିଜର ଗାଡିର ଗତିକୁ ବଢାଇବା ସହ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ।ଚଢ଼ାଉ ସମୟରେ ୯ ଗୋଟି ବୃହତ ଶାଳ ଗଣ୍ଡି ଓ ସାଇଜ କାଠ ଜବତ କରାଯାଇଛି।ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷର ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଅଛି।ଏହି ଚଢ଼ାଉରେ ବନବିଭାଗର ପ୍ରୋଟେକ୍ସନ ସ୍କାର୍ଡ ମଧ୍ୟ ସାମିଲ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!